Categories: ଜାତୀୟ

କୃଷିମନ୍ତ୍ରୀଙ୍କ ଟୁଇଟ୍‌, ଫେରିବନି କୃଷି ଆଇନ…

ନୂଆଦିଲ୍ଲୀ, ୨୬।୧୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦୁଇଦିନ ତଳେ ତିନି କୃଷି ଆଇନକୁ ପୁଣି ନୂଆ ରୂପରେ ଫେରାଇ ଅଣାଯିବ ବୋଲି ମହାରାଷ୍ଟ୍ରର ନାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତବ୍ୟ ଦେଇଥିଲେ। ସରକାର ପ୍ରତ୍ୟାହାର କରି ନେଇଥିବା ତିନି କୃଷି ଆଇନକୁ ପୁଣି ନୂଆ ରୂପରେ ଫେରାଇ ଅଣାଯିବ ବୋଲି ତୋମର କହିଥିଲେ। ସେ କହଥିଲେ ଯେ ଆମେ କେବଳ ଗୋଟିଏ ପାଦ ପଛକୁ ହଟିଛୁ। କିନ୍ତୁ ଆମେ ପୁଣି ଆଗେଇବୁ। କାରଣ କୃଷକମାନେ ହେଉଛନ୍ତି ଭାରତର ମେରୁଦଣ୍ଡ।

ତାଙ୍କ ମନ୍ତବ୍ୟ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। କଂଗ୍ରେସ ପକ୍ଷରୁ ଏହାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଥିଲା।

ଏହାପରେ କୃଷିମନ୍ତ୍ରୀ ଟୁଇଟ୍‌ କରି ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ କୃଷି ଆଇନ ଆଉ ଫେରିବନି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ ବୋଲି ତୋମର ସ୍ପଷ୍ଟୀକରଣ ଦେଇଛନ୍ତି।

Share