ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନା ପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମର ଲେମନ ଗ୍ରାସ ଚାଷ, ବାଁଉଶୁଳି ପଞ୍ଚାୟତ ଗୁଡିପୋଖରୀ ଗ୍ରାମର ଧାଡି ରୁଆ ଧାନ ଚାଷକୁ ଶନିବାର ମନ୍ତ୍ରୀ ଅରୁଣ କୁମାର ସାହୁ ପରିଦର୍ଶନ କରିବା ସହ ଚାଷୀମାନଙ୍କ ଭଲମନ୍ଦ ବୁଝି ଥିଲେ। ଜିଲାର ୟୁରିୟା ସାରର ଅଭାବ ସମ୍ପର୍କରେ ପଚାରିବାରୁ କୃଷିମନ୍ତ୍ରୀ ଲକ ଡାଉନ ଯୋଗୁଁ କାରଖାନା ବନ୍ଦ ଥିଲା ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲା ପରିଷଦ ଅଧକ୍ଷା କମଳିନୀ ପାତ୍ର, ପାଟଣା ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ଜିଲା କୃଷିଅଧିକାରୀ ଶରତ ଚନ୍ଦ୍ର ଦାଶ, ଉଦ୍ୟାନ କୃଷି ଅଧିକାରୀ ଓମ ପ୍ରକାଶ ରଥ, ଜଳବିଭାଜିକା ମିଶନ ପ୍ରକଳ୍ପ ନିର୍ଦେଶକ ଅରୁଣ କୁମାର ଦାସଙ୍କ ସହ ଜିଲା ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ,ବିଜେଡି ନେତା କାନନ ବିହାରୀ ପୋହି, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ବ୍ଲକ ଅତିରିକ୍ତ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ବର୍ଷା ବୈଶାଳୀ ପ୍ରମୁଖ ଉପସ୍ଥିତ ଥିଲେ।