ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ

ପଦ୍ମପୁର,୯।୮(ଡି.ଏନ୍‌.ଏ.): ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ଼ ଜିଲା ପାଇକମାଲ ବ୍ଳକର ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ। ସେ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ବିନା ଲାଇସେନ୍ସରେ କୀଟନାଶକ ଦୋକାନ ଚଳାଇବା ପାଇଁ ଚଙ୍ଗରିଆର ଗ୍ରାମର ମିତ୍ରଭାନୁ ସାହୁଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ l ସାହୁ ଲାଞ୍ଚ ଦେବା ପାଇଁ ପାଇକମାଲ ବସ୍‌ଷ୍ଟାଣ୍ଡ ଧର୍ମଶାଳାରେ ପହଞ୍ଚି କୃଷି ଅଧିକାରୀଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଚଡାଉ କରିଥିଲେ। ଏହାସହ ଭିଜିଲାନ୍ସ ଟିମ୍‌ ତାଙ୍କ ଭଡା ଘରକୁ ଯାଞ୍ଚ କରିଥିଲେ। ପରେ ମନ୍ତ୍ରୀଙ୍କୁ ବରଗଡ଼ ନେଇଥିବା ସୂଚନା ମିଳିଛି ।

Share