ଭୁବନେଶ୍ୱର, ୨୯।୭ (ତପନ ସ୍ବାଇଁ): ଛତିଶଗଡ଼ର ଭିଲାଇଠାରେ ଅନୁଷ୍ଠିତ ଏସିଆନ ୧୪ ବର୍ଷରୁ କମ୍ ର଼୍ୟାଙ୍କିଙ୍ଗ୍ (କାଟେଗୋରୀ-୨) ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ଡବଲ ଟାଇଟଲ ହାସଲ କରିଛନ୍ତି। ସେ ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି। ସିଙ୍ଗଲ୍ସ ଫାଇନାଲରେ ଆହାନ ୬-୦, ୬-୩ ସେଟ୍ରେ ପାର୍ଥ ସାରଥି ଅରୁଣ ମୁଣ୍ଡେଙ୍କୁ ପରାସ୍ତ କରିଛନ୍ତି। ଡବଲ୍ସରେ ତାଙ୍କ ପାର୍ଟନର ଥିଲେ ଭିର୍ଦିକା ରାଜପୁତ। ଆହାନ-ଭିର୍ଦିକା ଯୋଡ଼ି ଫାଇନାଲରେ ସୂର୍ଯ୍ୟାଂଶି ଶେଖାଓ୍ବତ ଓ ଶିବାନୀ ଗୁପ୍ତେଙ୍କୁ ୬-୨, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ଆହାନ ଏସ୍ ବେସ୍ ଟେନିସ ଏକାଡେମୀରେ ରାଜ୍ୟର ପ୍ରତିଷ୍ଠିତ କୋଚ୍ ଅଜୟ ନିଶଙ୍କଙ୍କଠାରୁ ପ୍ରଶିକ୍ଷଣପ୍ରାପ୍ତ।