Categories: ଖେଳ

ଆହାନ ମିଶ୍ର ରନରଅପ୍‌

ଭୁବନେଶ୍ୱର, ୩।୬ (କ୍ରୀଡ଼ା ପ୍ରତିନିଧି): ପଞ୍ଜାବର ଜସୋଓ୍ବାଲଠାରେ ୨୯ ମେ’ରୁ ୨ ଜୁନ୍‌ ପର୍ଯ୍ୟନ୍ତ ଅନୁଷ୍ଠିତ ଏଆଇଟିଏ ୧୪ ବର୍ଷରୁ କମ୍‌ ସୁପର ସିରିଜ ଟେନିସ ଟୁର୍ନାମେଣ୍ଟର ଡବଲ୍ସରେ ରନରଅପ୍‌ ହୋଇଛନ୍ତି ଓଡ଼ିଶାର ଆହାନ ମିଶ୍ର। ଉକ୍ତ ପ୍ରତିଯୋଗିତାରେ ତାଙ୍କର ଡବଲ୍ସ ପାର୍ଟନର ଥିଲେ ପଞ୍ଜାବର ଆର୍ଯ୍ୟବୀର ଶର୍ମା। ଏହି ଓଡ଼ିଶା-ପଞ୍ଜାବ ଯୋଡ଼ି ଫାଇନାଲରେ ଉତ୍ତର ପ୍ରଦେଶର ଅନୁଜ ଶାରଦା ଓ ମହାରାଷ୍ଟ୍ରର ଅଥର୍ବ ଶୁକ୍ଳାଙ୍କଠାରୁ ୪-୬, ୪-୬ ସେଟ୍‌ରେ ହାରି ଯାଇଥିଲେ। ତେବେ ଟୁର୍ନାମେଣ୍ଟରୁ ଆହାନଙ୍କୁ ୪୦ ଏଆଇଟିଏ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ମିଳିଛି।

Share