ବିବାହ ଗୁଜବକୁ ନେଇ ମୁହଁ ଖୋଲିଲେ ଆହାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟିଙ୍କ ପୁଅ ଆହାନ ସେଟ୍ଟୀଙ୍କର ଫିଲ୍ମ ରିଲିଜ୍‌ ହୋଇଛି । ପ୍ରଥମ ଥର ପାଇଁ ସେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି । ଏହାରି ଭିତରେ ସେ ତାଙ୍କ ଲଭ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆହାନ ସେଟ୍ଟୀ ଗର୍ଲଫ୍ରେଣ୍ଡ ତାନିଆଙ୍କ ସହ ତାଙ୍କ ପ୍ରେମ ଜୀବନ ବିଷୟରେ ସବୁବେଳେ ଖୋଲା ଖୋଲି ରହୁନ୍ତି । ସେ କେବେବି କୌଣସି କଥା ମିଡିଆ ଆଗରେ ଲୁଚାଇ ନ ଥାନ୍ତି। ଆହାନ ଏବଂ ତାନିଆ ଶ୍ରଫ ପ୍ରାୟତଃ ଦୁହେଁ ଏକାଠି ସବୁଆଡେ ନଜର ଆସନ୍ତି । ବର୍ତ୍ତମାନ ଏହି ସବୁ ଖବରକୁ ଦେଖି ସେମାନଙ୍କ ବିବାହର ଗୁଜବ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ବିବାହର ଗୁଜବ ବିଷୟରେ ନିକଟରେ ଏକ ସାକ୍ଷାତକାରରେ ଅଭିନେତା ଆହାନ କହିଛନ୍ତି ଯେ,ସେମାନଙ୍କ ମଧ୍ୟରେ ଏହି ସବୁର କୌଣସି ସତ୍ୟତା ନାହିଁ। ବର୍ତ୍ତମାନ ଏବେ କ୍ୟାରିୟର ଉପରେ ଧ୍ୟାନ ଅଛି ଏବଂ ଅପକମିଂ ଫିଲ୍ମ ପାଇଁ ମଧ୍ୟ ବ୍ୟସ୍ତ ଅଛି। ମୋର ବିବାହ ଏବେ ହେଉ ନାହିଁ । ଏମିତି ଯଦି କିଛି ହୁଏ ତେବେ ମୁଁ ନିଶ୍ଚିତ ଜଣାଇବି ବୋଲି ସେ କହିଛନ୍ତି।

 

Share