ବମ୍ବେ: ୧୧ ବର୍ଷର ପ୍ରେମ ସମ୍ପର୍କରେ ପଡ଼ିଲା ଭଟ୍ଟା। ପ୍ରେମିକା ତାନ୍ୟା ଶ୍ରଫଙ୍କଠାରୁ ଅଲଗା ହୋଇଛନ୍ତି ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ। ଏହାକୁ ୨ମାସରୁ ଅଧିକ ସମୟ ହୋଇସାରିଛି। ଏପରିକି ଦୁହେଁ ଏବେ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି।
ବ୍ୟବସାୟୀ ଜୈଦବ ଏବଂ ରୋମିଲା ଶ୍ରଫଙ୍କ ଝିଅ ହେଉଛନ୍ତି ତାନ୍ୟା। ସେ ପେଶାରେ ଜଣେ ମଡେଲ ଏବଂ ଫ୍ୟାଶନ ଡିଜାଇନର। ଅହାନ ଏବଂ ତାନ୍ୟା ସ୍କୁଲଦିନରୁ ପରସ୍ପରକୁ ଡେଟ୍ କରୁଥିଲେ। ସୋସିଆଲ ମିଡିଆରେ ସେ ପ୍ରାୟତଃ ପରସ୍ପର ସହ ଫଟୋ ଏବଂ ଭିଡିଓ ଶେୟାର କରୁଥିଲେ। ହେଲେ ହଠାତ କେଉଁ କାରଣରୁ ସେମାନେ ଏତେ ବଡ଼ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡ଼ିନାହିଁ। ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁଥିଲେ ହେଁ ଉଭୟଙ୍କ କୌଣସି ଫଟୋ ପୋଷ୍ଟ କରୁନାହାନ୍ତି।
ଅହାନ ସୁନୀଲଙ୍କ ପୁଅ ତଥା ଆଥିୟାଙ୍କ ସାନ ଭାଇ। ଫିଲ୍ମ ‘ତଡ଼ପ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ସେ। ଏହାର ପ୍ରିମିୟରରେ ସୁନୀଲଙ୍କ ସହ ପରିବାର ସହ ତାନ୍ୟା ନଜର ଆସିଥିଲେ। ଏଣୁ ଦୁହେଁ ବିବାହ କରିବେ ବୋଲି କୁହାଯାଉଥିଲା।