ଏହି ଦୁଇ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଆହାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ‘ ତଡପ’କୁ ନେଇ ଏବେ ସେ ଚର୍ଚ୍ଚାରେ। ସେ ଏହି ଫିଲ୍ମରେ ଅଭିନୟ ପାଇଁ ବହୁତ ଭଲ ରିଭିୟ୍ୟୁ ମଧ୍ୟ ପାଇଛନ୍ତି । ଆହାନ ନିର୍ମାତା ସାଜିଦ ନାଦିଆଡୱାଲାଙ୍କ ସହ ଚାରୋଟି ଫିଲ୍ମ ପାଇଁ ଚୁକ୍ତି କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟରେ କାମ କରୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଟାଇଗର ଶ୍ରଫ, ବରୁଣ ଧାୱନ ଏବଂ ଅନ୍ୟମାନଙ୍କ ଭଳି ଯୁବ କଳାକାରଙ୍କଠାରୁ ପ୍ରେରଣା ପାଇଛନ୍ତି । ଆଲିଆ ଭଟ୍ଟ ଏବଂ କିଆରା ଆଡଭାନୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ‘ମୁଁ ମଧ୍ୟ ସେନା କର୍ମଚାରୀଙ୍କ ଉପରେ ଏକ ଫିଲ୍ମ କରିବାକୁ ଇଚ୍ଛା କରିବି। ଅଭିନେତା ହେବା ପୂର୍ବରୁ ସେନାରେ ଯୋଗଦେବାକୁ ଚାହୁଁଥିଲି।’

Share