ଦୀର୍ଘ ୭ ମାସ ପରେ ଖୋଲିଲା ଆହାର କେନ୍ଦ୍ର

ବେଲପାହାଡ଼,୨ା୧୧(ଡି.ଏନ୍‌.ଏ.): ଦୀର୍ଘ ୭ ମାସ ଧରି କରୋନା ସଂକ୍ରମଣ ଯୋଗୁ ବନ୍ଦ ରହିଥିବା ବେଲପାହାଡ଼ ଆହାରକେନ୍ଦ୍ର ସୋମବାରରୁ ପୁନଃ ଖୋଲିଛି। ଏହି ଅବସରରେ ଝାରସୁଗୁଡ଼ା ଉପଜିଲାପାଳ ଶିବ ଟପ୍ପୋ, ବେଲପାହାଡ଼ ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷ ପର୍ଶୁରାମ ସାହୁ, କାଉନସିଲର କୈଳାସ ଚନ୍ଦ୍ର ନାୟକ ଓ ସ୍ଥାନୀୟ ନାଗରିକ ଉପସ୍ଥିତ ଥିଲେ। ଜିଲା ଆହାର ସମିତି ପକ୍ଷରୁ ପରିଚାଳିତ ଉକ୍ତ ଆହାର କେନ୍ଦ୍ରରେ ଦୈନନ୍ଦିନ ୩୫୦ ଗରିବ ଲୋକଙ୍କୁ ୫ ଟଙ୍କା ମୂଲ୍ୟରେ ଭୋଜନ ଦେବାର ବ୍ୟବସ୍ଥା କରାଯାଇଛି। ଆହାର କେନ୍ଦ୍ରରେ ଏକ ସ୍ବୟଂ ସହାୟିକା ଗୋଷ୍ଠୀ ସେବା ଯୋଗାଉଛନ୍ତି।