ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର,୩।୫: ଲକ୍‌ଡାଉନରେ ଖୋଲା ରହିବ ଆହାର କେନ୍ଦ୍ର । ହେଲେ ଲୋକେ ଆହାର କେନ୍ଦ୍ରରେ ବସି ଖାଇ ପାରିବେ ନାହିଁ। ଆହାର କେନ୍ଦ୍ରରୁ କେବଳ ପାର୍ସଲ ନେଇପାରିବେ। ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୋମବାର ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି । ମେ ୫ରୁ ରାଜ୍ୟରେ ଲକ୍‌ଡାଉନ ଲାଗୁ ହେବ। ଏନେଇ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏପରିକି ରାଜ୍ୟର ସମସ୍ତ ଆଇଆଇଟି, ଆଇଆଇଏମ୍‌ଏସ୍‌ ହଷ୍ଟେଲଗୁଡିକ କୋଭିଡ୍‌ କଟକଣା ଅନୁଯାୟୀ ଖୋଲା ରହିବ ବୋଲି ନୂତନ ଗାଇଡ୍‌ଲାଇରେ ଉଲ୍ଳେଖ ରହିଛି।

Share