Categories: ଜାତୀୟ

ରାଷ୍ଟ୍ରପତିଙ୍କ ସମ୍ବୋଧନ: ଗଲଓ୍ବାନ ବୀରଙ୍କ ଉପରେ ଦେଶ ଗର୍ବ କରେ

ନୂଆଦିଲ୍ଲୀ,୧୪।୮: ଆଉ ମାତ୍ର କେଇ ଘଣ୍ଟା ପରେ ଦେଶ ପାଳନ କରିବାକୁ ଯାଉଛି ୭୪ ତମ ସ୍ବାଧିନତା ଦିବସ। ଏହାର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସାମ୍ବୋଧିତ କରିଛନ୍ତି। ସ୍ବାଧିନତା ଦିବସ ଅବସରରେ ଦେଶ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ରାଷ୍ଟ୍ରପତି ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଏହି ଅବସରରେ ଆମେ ଆମ ସ୍ବାଧିନତା ସଂଗ୍ରାମିଙ୍କ ବଳିଦାନକୁ କୃତଜ୍ଞତାର ସହ ମନେପକାଇବା ଉଚିତ। ଏବେ ସାରା ବିଶ୍ୱ କରୋନା ମହାମାରୀ ସହ ଲଢୁଥିବା ବେଳେ ଆମ ପଡୋଶୀ ଦେଶ କିନ୍ତୁ ତା’ର ପୂର୍ବ ପ୍ରକୃତି ଅନୁଯାୟୀ ବଡ ଚତୁରତାର ସହ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ହେଲେ ତା’ର ଏହି ମନ୍ଦ ଉଦ୍ଦେଶ୍ୟକୁ ଆମର ବୀର ଯବାନ କଡା ମୁକାବିଲା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଗଲଓ୍ବାନ ଘାଟିରେ ଶହୀଦ ଯବାନଙ୍କୁ ଦେଶବାସୀ ମଥାନତ ପ୍ରଣିପାତ ଜଣାଉଛନ୍ତି। ଏମାନଙ୍କ ବୀରତାକୁ ନେଇ ଦେଶ ଗର୍ବ କରେ। ସମସ୍ତ ଭାରତୀୟଙ୍କ ହୃଦୟରେ ସେମାନଙ୍କ ପରିବାର ପ୍ରତି କୃତଜ୍ଞତା ଭାବ ରହିଛି। ଭବିଷ୍ୟତରେ ମଧ୍ୟ ଦେଶର ଶତ୍ରୁକୁ କଡା ଯବାବ ଦିଆଯିବ ବୋଲି ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି।

Share