ଧନୁଯାତ୍ରା ପୂର୍ବରୁ ତେଜୁଛି ଦାବି:ବିବାଦୀୟଙ୍କୁ ମହୋତ୍ସବରୁ ବାଦ୍‌ ଦିଆଯାଉ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୨ମାସ ୧ସପ୍ତାହ ବାକି ରହିଲା। ଏପର୍ଯ୍ୟନ୍ତ ମହୋତ୍ସବକୁ ନେଇ ଧନୁଯାତ୍ରା କମିିଟିର ସାଧାରଣ ପରିଷଦ ବୈଠକ ବସିନାହିଁ। ଅନ୍ୟପଟେ କଂସ ଅଭିନେତାଙ୍କଠାରୁ ଆରମ୍ଭ କରି କମିଟିକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ବିବାଦୀୟ ହୋଇ ପଡ଼ିଥିବା କଂସ ଅଭିନେତା ହୃଷୀକେଶ ଭୋଇଙ୍କୁ ମହୋତ୍ସବରୁ ବାଦ୍‌ ଦେବାକୁ ଦାବି ହୋଇଛି। ସେହିପରି ଧନୁଯାତ୍ରା ମହୋତ୍ସବ କମିଟିର ପୁନର୍ଗଠନକୁ ନେଇ ମଧ୍ୟ ଦାବି ଜୋର୍‌ ଧରିଛି। ଏହି କ୍ରମରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ବରଗଡ଼ର ୟୁବା ଏକତା ସଙ୍ଗଠନ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛି, କଂସ ଅଭିନେତା ତଥା ଡାକ୍ତରଖାନାରେ ସରକାରୀ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଭୋଇ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ବଡ଼ସାହାଜବାହାଲ ଗ୍ରାମକୁ ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ୩ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ତାଙ୍କ ବିରୋଧରେ ଆପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି। ସେହିପରି ଗତବର୍ଷ ଧନୁଯାତ୍ରା ମହୋତ୍ସବରେ ଅଭିନୟ ସମୟରେ ସେ କଟୂକଥା କହିଥିଲେ ଏବଂ ତାହା ଲଜ୍ଜାଜନକ ଥିଲା। ଏହି ଦୃଷ୍ଟିରୁ ହୃଷୀକେଶଙ୍କୁ ଆଜୀବନ ଧନୁଯାତ୍ରା ମହୋତ୍ସବର କଂସ ଅଭିନୟରୁ ବାଦ୍‌ ଦେଇ ନୂତନ କଂସ ଅଭିନେତା ଚୟନ କରାଯାଉ ବୋଲି ୟୁବା ଏକତା ସଙ୍ଗଠନ ଦାବି କରିଛି। ଏହା ସହିତ ମହୋତ୍ସବରେ ସ୍ବଚ୍ଛତା ଆଣିବା ତଥା ଆକର୍ଷଣ ବୃଦ୍ଧି ପାଇଁ ଧନୁଯାତ୍ରା କମିଟିର ପୁନର୍ବିନ୍ୟାସ କରିବାକୁ ଦାବି ହୋଇଛି। ସଙ୍ଗଠନର ସଭାପତି ତୁଷାର ରଞ୍ଜନ ଭଦ୍ରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।
କୋଶଲ ଜଏଣ୍ଟ ଆକ୍ସନ କମିଟି ପୃଥକ୍‌ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛି। ଧନୁଯାତ୍ରାର ପୁରୁଣା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ ପାଇଁ ଦାବି କରାଯାଇଛି। ବରଗଡ଼ ଧନୁଯାତ୍ରାକୁ ବିଶ୍ୱପ୍ରସିଦ୍ଧ କୁହାଯାଉଥିବାବେଳେ ଏହି ମହୋତ୍ସବର ମାନ, ସମ୍ମାନ ଦିନକୁ ଦିନ କ୍ଷୂର୍ଣ୍ଣ ହେବା ସହିତ ଆକର୍ଷଣ ମଧ୍ୟ ହ୍ରାସ ପାଉଛି। ଅପରପକ୍ଷେ ଧନୁଯାତ୍ରାକୁ ନେଇ ବାଦ ବିବାଦ ଲାଗି ରହିଛି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି ଦୃଷ୍ଟିରୁ ଧନୁଯାତ୍ରାର ଗାରିମା, ଆକର୍ଷଣ ବୃଦ୍ଧି ପାଇଁ ତୁରନ୍ତ ନୂତନ କମିଟି ଗଠନ କରାଯାଉ ବୋଲି ଦାବି ହୋଇଛି। ସୁଶାନ୍ତ ମିଶ୍ର, ଆକାଶ ପଣ୍ଡା, ରମଣୀ ଦନ୍ତା ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
ବରଗଡ଼ ଉତ୍କଳ ଗୌରବ କଳାକାର ସଂଘ ମଧ୍ୟ ଅନୁରୂପ ଦାବି କରି ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଧନୁଯାତ୍ରା କମିଟିକୁ ତୁରନ୍ତ ଭଙ୍ଗ କରି ନୂତନ କମିଟି ଗଠନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଜିଲାପାଳଙ୍କୁ ନିବେଦନ କରାଯାଇଛି। ନୂତନ ଧନୁଯାତ୍ରା କମିଟିରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ସାମିଲ କରାଯାଇ ମୁଖ୍ୟତଃ ଯୁବକମାନଙ୍କୁ କମିଟିରେ ରଖାଯିବାକୁ ଦାବି ହୋଇଛି। ଉତ୍କଳ ଗୌରବ କଳାକାର ସଂଘର ସମ୍ପାଦକ କାଞ୍ଚନ କୁମାର ଚକ୍ରବର୍ତ୍ତୀ, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ବାଗ ପ୍ରମୁଖ ସ୍ବାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ। ସେହିପରି ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ସଭାପତି ଦୟାନିଧି ପ୍ରଧାନ ଏବଂ ସମ୍ପାଦକ ଜଗଦାନନ୍ଦ ମିଶ୍ର ଅନ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ସଦସ୍ୟଙ୍କୁ ଧନୁଯାତ୍ରା ମହୋତ୍ସବ କମିଟିରେ ସାମିଲ କରାଯିବା, କଳାକାରଙ୍କୁ ଉଚିତ୍‌ ସମ୍ମାନ ପ୍ରଦାନ, ମହୋତ୍ସବରେ ଭାଗ ନେଉଥିବା କଳାକାରଙ୍କୁ ଉଚିତ୍‌ ପ୍ରାପ୍ୟ ପ୍ରଦାନ କରିବାକୁ ସଂଘ ଦାବି କରିଛି। ସେହିପରି ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ଲାଞ୍ଚ ନେଇଥିବା କଂସ କଳାକାରଙ୍କୁ ନେଇ ଉଠିଥିବା ବିବାଦର ଉଚିତ ବିଚାର କରାଯାଉ ବୋଲି ଅତିରିକ୍ତ ଜିଲାପାଳ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସଂଘ ସଭାପତି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର...

ପତିତପାବନ ବାନାରେ ପଡିଲା ଶୂନ୍ୟଗଣ୍ଠି: ଜାଣନ୍ତୁ ଏହା କ’ଣ, କାହିଁକି ପଡେ

ପୁରୀ,୨୬ା୧୦(ଅଜିତ୍‌ କୁମାର ମହାନ୍ତି):ବାତ୍ୟା ‘ଦାନା’ ପ୍ରଭାବରେ ପୁରୀରେ ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ଗୁରୁବାର ଦିନତମାମ ବର୍ଷା ଲାଗିରହିଥିବାବେଳେ ସନ୍ଧ୍ୟାରେ ପବନର ବେଗ ବଢିଥିଲା।...

ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି...

ଗର୍ଜିଲେ ସ୍ବଚ୍ଛକର୍ମୀ: ମିଳିନି ୪ ମାସର ଦରମା

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛକର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଗୁରୁବାର...

ରାସ୍ତାରୁ ଗଛକାଟି ସଫାକଲେ ବିଧାୟକ

ରାଜନଗର, ୨୬ା୧୦(ଭାସ୍କର ରାଉତରାୟ):ବାତ୍ୟା ଦାନା କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବାତ୍ୟାର ତାଣ୍ଡବରେ ବହୁ ଗଛ ଭାଙ୍ଗିଛି। ଶୁକ୍ରବାର ସକାଳୁ ସ୍ଥାନୀୟ...

ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ

ବାରିପଦା,୨୬ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ...

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri