ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର ପ୍ରୟାସ ଜାରି ରଖିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଞ୍ଚଳର କୃଷି ଓ କୃଷକ ସମସ୍ୟା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇଛି। କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ଅଧିକାଂଶ ଚାଷଜମିକୁ ଜଳ ପରିଚାଳନା ହୋଇପାରୁ ନ ଥିବାରୁ ଚାଷୀମାନେ ଆବଶ୍ୟକ ସମୟରେ ଜଳସେଚନ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଚାଷୀ ଚାଷ ପ୍ରତି ବିମୁଖ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବିଶେଷକରି ଚାଷୀମାନଙ୍କ ଜଳସେଚନ ସମସ୍ୟାର ସମାଧାନ ପାଇଁ ନେତାମାନେ କ’ଣ କରିପାରିବେ ତାକୁ ନେଇ ପ୍ରଶ୍ନ କରୁଛନ୍ତି।

କୃଷକ ନେତା ବିଜୟ ଦାସ କହିଛନ୍ତି, ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରି ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ବିଭାଗ ପକ୍ଷରୁ ଠିକ୍‌ ଆକଳନରେ କେନାଲ ନବୀକରଣ ଓ ଉନ୍ନତୀକରଣ ହେଉ ନ ଥିବାରୁ ଜଳସେଚନ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହୋଇ ହଜାରରୁ ଊର୍ଦ୍ଧ୍ୱ ଏକର ଜମି ପଡିଆ ପଡୁଥିବା ବେଳେ ଅନେକ ଫସଲ ନଷ୍ଟ ହେଉଛି। ଆମ ଅଞ୍ଚଳର ଅଧିବାସୀମାନଙ୍କ ମୁଖ୍ୟ ବେଉସା କହିଲେ ଧାନ, ପନିପରିବା ଚାଷ। ପଟ୍ଟାମୁଣ୍ଡାଇ କେନାଲ ଓ ଶାଖା କେନାଲ ଦେଇ ଉତିକଣ ଭେଡାକୁ ଜଳସେଚିତ ହୋଇଥାଏ। ଦୁଇଦଶନ୍ଧି ପୂର୍ବରୁ ଏହି କେନାଲରେ ୧୨ ମାସ ପାଣି ରହିବା ସହ ଉତିକଣ ଅଞ୍ଚଳରେ ୩ ଫସଲି ଚାଷ ହେଉଥିଲା। ଲୋକେ ଶାରଦ ଫସଲକୁ ନିଜ ପାଇଁ ରଖି ଡାଳୁଅ ଧାନ ଓ ଅନ୍ୟ ଫସଲ ବିକ୍ରି କରୁଥିଲେ। ମାତ୍ର ଏବେ ବର୍ଷାଦିନେ ଜମିରେ ପାଣି ପହଞ୍ଚତ୍ ପାରୁ ନ ଥିବାରୁ ଚାଷୀଙ୍କ ଆଶା ମଉଳି ଯାଉଛି।

ଚାଷ ଉପରେ ନିର୍ଭରଶୀଳ ଲୋକଙ୍କ ଲାଗି ସରକାର ସ୍ତରରେ ଏ ପର୍ଯ୍ୟନ୍ତ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ ହେଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଚାଷୀ ସୁରେନ୍ଦ୍ର ପରିଡାଙ୍କ କହିବା କଥା, କେନାଲ ଅଛି ସତ ହେଲେ ପାଣି ଆସୁନାହିଁ। କେନାଲ ବର୍ଷକୁ ଦୁଇ ଥର ମରାମତି ହେଉଛି। ଟଙ୍କା ବି ଖର୍ଚ୍ଚ ହେଉଛି। କିନ୍ତୁ ବର୍ଷା ଦିନରେ କେବଳ କେନାଲରେ ପାଣି ଆସୁଥିବା ବେଳେ ମହାବାତ୍ୟା ପରଠାରୁ ଖରାଦିନିଆ ପାଣି ଚାଷୀମାନଙ୍କ ପାଇଁ ସାତସପନ ହୋଇଛି। ବାହାର ରାଜ୍ୟର ପନିପରିବା ଚଢା ଦରରେ ବିକ୍ରି ହେଉଥିବା ବେଳେ ଶୀତଳଭଣ୍ଡାର ନ ଥିବା ହେତୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି। ଏ ଦିଗରେ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧିମାନଙ୍କ ଆନ୍ତରିକତା ନ ଥିବା ଭଳି ମନେ ହେଉଛି।

ନିର୍ବାଚନ ଆସେ ଆଉ ଯାଏ କିନ୍ତୁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଏ ବୋଲି କହିଛନ୍ତି। ଦାଶରଥି ଦାସ କହିଛନ୍ତି, ଜଳସେଚନ ପାଇଁ ସମସ୍ତ ଭିତ୍ତିଭୂମି ଥାଇ ଚାଷୀମାନଙ୍କ ଚାଷ ଜମି ଅନେକ ସମୟରେ ମରୁଡିର ସମ୍ମୁଖୀନ ହେଉଛି। ଚାଷୀ ପାଣି ନ ପାଇ ବି ଜଳକର ଦେବାକୁ ବାଧ୍ୟ ହେଉଛନ୍ତି। ସେହିପରି ଉଠା ଜଳସେଚନ ପ୍ରକଳ୍ପ ଓ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚାଷଜମି ଜଳସେଚନ କରିବା ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ତେବେ ରାଜ୍ୟ ସରକାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚନ କରିବା ପାଇଁ ଦୁଇ ଦଶନ୍ଧି ତଳେ ଲକ୍ଷ୍ୟ ରଖିଥିବା ବେଳେ ତାହା ପୂରଣ ହେବାରେ ଅନିଶ୍ଚିତତା ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ବର୍ଷା ଉଜାଡ଼ିଦେଲା ବର୍ଷକର ଆହାର

ମହାକାଳପଡ଼ା,୨୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ବର୍ଷା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ପାଚିଲା ଧାନ ଫସଲ ଉଜାଡ଼ି ଦେଇଛି। ଏଥିଯୋଗୁ ଉନ୍ନତ କିସମ ଧାନ...

ଅଦିନିଆ ବର୍ଷା, ସଙ୍କଟରେ ଧାନଚାଷୀ

ରାଜକନିକା,୨୨ା୧୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୃଷି ବିଭାଗ ଆକଳନ ଅନୁଯାୟୀ ଚଳିତ ଖରିଫ ଋତୁରେ ପ୍ରାୟ ୧୪ହଜାର ହେକ୍ଟର ଜମିରେ ଧାନ...

ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରୁ ହଟୁନି ଭିଏଚ୍‌ଏଫ୍‌ ଟାୱାର

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କଇଁଛଙ୍କ ପାଇଁ...

ଦଳ ବିରୋଧୀ କାର୍ଯ୍ୟ: ବିଜେଡିରୁ ୨ ନିଲମ୍ବିତ

ରାଜନଗର, ୨୧ା୧୨(ଭାସ୍କର ରାଉତରାୟ):ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର କୁରୁଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁମର କୁମାର ସ୍ବାଇଁ ଓ ଯୁବନେତା ହିମାଂଶୁ ଭୂଷଣ ପାଣିଙ୍କୁ...

ଅଲିଭ୍‌ ରିଡ୍‌ଲେଙ୍କୁ ବାଉଁଶ ଟାଓ୍ବାର ବିପଦ

ମହାକାଳପଡ଼ା,୧୮ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ...

ଜାନୁଆରୀ ୧୪ରୁ ଭିତରକନିକା ବନ୍ଦ, ନିରାଶ ହେବେ ପର୍ଯ୍ୟଟକ

ରାଜନଗର,୧୬ା୧୨(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବସବାସ କରୁଥବା ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଆସନ୍ତା ଜାନୁଆରୀ ୧୪ରୁ ଆରମ୍ଭ ହୋଇ ୨୨...

ଶସ୍ୟ ସଂରକ୍ଷଣ ପାଇଁ ଏବେ ବି ବଞ୍ଚିଛି ଗୋଲାଘର

କେନ୍ଦ୍ରାପଡ଼ା,୧୬ା୧୨ (ଜଗନ୍ନାଥ ଧଳ): ଓଳିଆ, ଘୁମ, ଖଣି, ଅମାର ଆଦି ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ସ୍ବାଭାବିକ ଜୀବନଯାତ୍ରାରୁ ଉଭେଇ ଗଲାଣି। ମାତ୍ର କେନ୍ଦ୍ରାପଡ଼ା ଜିଲାର...

ମହାନଦୀ ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ

ମହାକାଳପଡ଼ା,୧୬ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଶୀତ ଋତୁ ଆଗମନରେ ମହାନଦୀ ଅବବାହିକା ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଦଳ ଦଳ ହୋଇ ସମାଗମ ହେଉଥିବା ଦେଖିବାକୁ ମିଳୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri