Posted inଖେଳ

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା

ସିଡନୀ,୩୦।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ୍‌ ବଲ ଟେଷ୍ଟ ଡିସେମ୍ବର ୬ରୁ ଖେଳାଯିବ। ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ ହେବ। ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଅଷ୍ଟ୍ରେଲିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲରଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ଏକ ବିବୃତ୍ତି ଜାରି କରି କହିଛି, ଦ୍ରୁତ ବୋଲର ଜୋଶ ହାଜଲେଉଡ ଆଡିଲେଡରେ ଖେଳାଯିବାକୁ ଥିବା ଦିନରାତି ଟେଷ୍ଟ ଖେଳିବେ ନାହିଁ।

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜଲେଉଡଙ୍କ ବାମ ଗୋଡରେ ଆଘାତ ଲାଗିଛି, ଏହି କାରଣରୁ ସେ ଡିସେମ୍ବର ୬ରୁ ଆଡିଲେଡରେ ଭାରତ ବିପକ୍ଷ ପିଙ୍କ୍‌ ବଲ ଟେଷ୍ଟରୁ ବାଦ ପଡିଛନ୍ତି। ଡେବ୍ୟୁ ପରେ ଏହା ପ୍ରଥମ ଥର ହେବ ଯେ ହାଜଲେଉଡ ଘରେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିବେ। ହାଜଲେଉଡଙ୍କ ଆଘାତ ଯୋଗୁଁ ଅଷ୍ଟ୍ରେଲିଆର ଦ୍ରୁତ ବୋଲିଂ ଆକ୍ରମଣ ଦୁର୍ବଳ ହୋଇଯାଇଛି।

ଜୋଶ ହାଜଲେଉଡଙ୍କ ସ୍ଥାନରେ କ୍ରିକେଟ ଅଷ୍ଟ୍ରେଲିଆ ଅଷ୍ଟ୍ରେଲିଆ ଦଳରେ ଦୁଇ ନୂତନ ଦ୍ରୁତ ବୋଲରଙ୍କୁ ଅନ୍ତର୍ଭୁକ୍ତ କରିଛି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ କଙ୍ଗାରୁ ଦଳରେ ଦୁଇ ଜଣ ଅବିଭକ୍ତ ବୋଲର ସଚିନ ଆବଟ୍ଟ ଏବଂ ବ୍ରେଣ୍ଡନ ଡୋଗେଟଙ୍କୁ ସାମିଲ କରାଯାଇଛି। ଉଭୟ ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିନାହାଁନ୍ତି। ତେବେ ଆବଟ୍ଟ ଜଣେ ନୂତନ ଖେଳାଳି ନୁହଁନ୍ତି, ସେ ଅଷ୍ଟ୍ରେଲିଆ ପାଇଁ ୨୬ଟି ଦିନିକିଆ ଏବଂ ୨୦ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ ଖେଳିଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ ୨୯୨ ରନରେ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିରେ ରବିବାର ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିବମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ପୂଜାର୍ଚ୍ଚନା ସହ ସାମୁହିକ ହନୁମାନ...

ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି

ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା...

ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ଦରମା ଜାଣିଲେ ଉଡିବ ହୋସ୍‌, ପୂଜାରୀ ହୋଇ ବି ପ୍ରତି ମାସରେ ମିଳେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୪: ଆଜି ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ କରାଯାଇଛି। ଅଯୋଧ୍ୟାର ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର...

US Deportation Video: ପ୍ରବାସୀଙ୍କ ନିର୍ବାସନକୁ ମଜା ଉଡାଇଲା ହ୍ବାଇଟ୍‌ ହାଉସ! ଭିଡିଓକୁ ନେଇ ନୂଆ ବିବାଦ

ଓ୍ବାଶିଂଟନ,୬।୪: ହ୍ବାଇଟ ହାଉସ ଦ୍ୱାରା ଏହାର ଅଫିସିଆଲ X ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ସମାଲୋଚକମାନେ ଟ୍ରମ୍ପ ପ୍ରଶାସନ...

ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ: ବର୍ତ୍ତମାନ କାଳବୈଶାଖୀ ଚାଲିଛି, ପବନ ବେଗ ଅଧିକ ଅଛି, କାହିଁକି କହିଲେ ଏମିତି…

ଭୁବନେଶ୍ୱର,୬ା୪: ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଓକ୍‌ଫ ବିଲ୍‌କୁ ବିଜେଡି ଏମ୍‌ପି...

କାର୍ଯ୍ୟାଦେଶ ମିଳିଲା, ଜାଗା ନାହିଁ, ଚିନ୍ତାରେ ହିତାଧିକାରୀ ପୂର୍ବରୁ ଅନେକ ଥର ପ୍ରଶାସନକୁ ଜଣାଇ ଜାଗା ଖଣ୍ଡେ ମିଳିନି ତାଙ୍କୁ

ଜି.ଉଦୟଗିରି,୬୪(ଚିନ୍ମୟ କୁମାର ସେଠୀ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ନିମନ୍ତେ କାର୍ଯ୍ୟାଦେଶ ମିଳିଛି ଜଣେ ହିତାଧିକାରୀଙ୍କୁ। ମାତ୍ର ଘର ତିଆରି କରିବା ପାଇଁ ତାଙ୍କର...

ସରପଞ୍ଚଙ୍କୁ ବାଦ୍‌ ଦେଇ ପିଇଓ ପାଳିଲେ ସ୍ବଚ୍ଛତା ପକ୍ଷ, ତେଜୁଛି ବିବାଦ

ପାଟଣା,୬ା୪(ବୀରକିଶୋର ଦାଶ): ରାଜ୍ୟ ସରକାର ଏପ୍ରିଲ ୧ରୁ ୧୪ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥଜୀଉ...

Video: ଅଦ୍ଭୁତ ଆଲୌକିକ ଦର୍ଶନ…ଅଯୋଧ୍ୟାରେ ରାମଲଲାଙ୍କର ହେଲା ସୂର୍ଯ୍ୟ ତିଲକ

ଅଯୋଧ୍ୟା,୬।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ରାମ ନବମୀ ଅବସରରେ ଭବ୍ୟ ରୂପେ ସଜାଯାଇଛି। ଏହି ପବିତ୍ର ଦିନରେ ରାମଲଲାଙ୍କର ସୂର୍ଯ୍ୟ ତିଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image