ଆଗକୁ ତାତି ବଢ଼ିବ: ହୋଲିରେ ଡ଼ହଡ଼ହ ଖରା

ଭୁବନେଶ୍ୱର,୨୫।୩: ଆଗକୁ ଆହୁରି ତାତି ବଢ଼ିବ। ବର୍ତ୍ତମାନ ରାଜ୍ୟରେ ଅଧିକାଂଶ ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବାବେଳେ ଆଗକୁ ଆହୁରି ବଢ଼ିବ। ହୋଲିରେ ତାତି ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆଗାମୀ ୪ ଦିନ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବ। ଆଭ୍ୟନ୍ତରୀଣରେ ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ରବିବାର ବଲାଙ୍ଗୀରରେ ଦିନର ତାପମାତ୍ରା ସର୍ବାଧିକ ୩୮.୫ ଡିଗ୍ରୀ ରହିଥିଲା। ଟିଟିଲାଗଡ଼ରେ ୩୮.୨, ମାଲକାନଗିରିରେ ୩୮, ବାରିପଦାରେ ୩୭.୪, ଭବାନୀପାଟଣା ଓ ନୟାଗଡ଼ ୩୭ଡିଗ୍ରୀ ରେକର୍ଡ ହୋଇଛି । ରବିବାର ୨୪ ସହରର ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଉପରେ ଥିଲା ।

Share