ରାଞ୍ଚି,୬।୧୧: ଭାରତୀୟ କ୍ରିକେଟ ଟିମ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଥମଥର ପାଇଁ ତାଙ୍କ ଭାଇଙ୍କ ସହ ସାମ୍ନାକୁ ଆସିଛି। ଏହି ଫଟୋ ଧୋନୀଙ୍କ ଫ୍ୟାନ୍ସ କ୍ଲବ ଟୁଇଟର ହ୍ୟାଣ୍ଡେଲ ସହିତ ଶେୟାର କରାଯାଇଛି। ଏହି ଫଟୋରେ ଧୋନୀ ତାଙ୍କ ଭାଇ ନରେନ୍ଦ୍ର ସିଂ ଧୋନୀଙ୍କ ସହ ଜିମରେ ଝାଳ ବୁହାଉଥିବା ଦେଖିବାକୁ ମିଳିଛି। ଧୋନି ପୂର୍ବରୁ ତାଙ୍କ ଭାଇଙ୍କ ସହ କେବେ ବି ନଜର ଆସି ନ ଥିଲେ। ଏପରିକି ଧୋନୀଙ୍କ ଉପରେ ନିର୍ମିତ ଫିଲ୍ମରେ ଭାଇ ନରେନ୍ଦ୍ର ସିଂ ଧୋନୀଙ୍କ ବିଷୟରେ ମଧ୍ୟ ଦେଖାଯାଇ ନ ଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରୁ ବାହାରିବା ପରେ ମହେନ୍ଦ୍ର ସିଂ ଧୋନୀ ତାଙ୍କ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। ଏଭଳି ପରିସ୍ଥିତିରେ ନିଜକୁ ଫିଟ ରଖିବା ପାଇଁ ଜିମରେ ଝାଳ ବୁହାଉଛନ୍ତି।
Back to the gym – @msdhoni and his brother training together!🤩 #Dhoni #MSDhoni #MahiWay pic.twitter.com/AL4RJTryBX
— MS Dhoni Fans Official (@msdfansofficial) November 5, 2020