Categories: ଜାତୀୟ

ତିସ୍ତାଙ୍କୁ ୩୦ ଲକ୍ଷ ଦେଇଥିଲେ ଅହମ୍ମଦ ପଟେଲ, ଗୁଜରାଟ ସରକାରଙ୍କୁ ଅସ୍ଥିର କରିବା ଥିଲା ଉଦ୍ଦେଶ୍ୟ…

ଅହମଦାବାଦ,୧୫।୬ : ତିସ୍ତା ସେଟାଲଭାଡର ଜାମିନ ଆବେଦନକୁ ବିରୋଧ କରି ଗୁଜରାଟ ସରକାର ହାଇକୋର୍ଟଙ୍କୁ କହିଛନ୍ତି ସେ ଜଣେ ରାଜନେତାଙ୍କ ପାଇଁ ସାଧନ ଭାବରେ କାର୍ଯ୍ୟ କରୁଥିଲେ। ସରକାର କରିଛନ୍ତି ଯଦି ତିସ୍ତା ସେଟାଲଭାଡ ଜାମିନ ପାଆନ୍ତି, ତେବେ ସେ ପ୍ରମାଣ ନଷ୍ଟ କରିାକୁ ଉଦ୍ୟମ କରିବେ। ଗୁଜରାଟ ସରକାରଙ୍କ ଓକିଲ ମିତେଶ ଅମିନ କହିଛନ୍ତି ପ୍ରମାଣକୁ ବଦଳାଇବା ଏବଂ ଏହା ଆଧାରରେ ପ୍ରଚାର ଚଳାଇବା ପାଇଁ ତିସ୍ତାଙ୍କ ବିରୋଧରେ ମାମଲା ମଧ୍ୟ ଚାଲିଛି। ସେ ଦାବି କରିଛନ୍ତି କଂଗ୍ରେସର ସ୍ବର୍ଗତ ନେତା ଅହମ୍ମଦ ପଟେଲଙ୍କଠାରୁ ତିସ୍ତାଙ୍କୁ ୩୦ ଲକ୍ଷ ଟଙ୍କା ମିଳିଥିଲା।

ସେତେବେଳର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଅସ୍ଥିର କରିବା ପାଇଁ ୨୦୦୨ ଗୋଧ୍ରା ଦଙ୍ଗା ପରେ ଏହି ଟଙ୍କା ତିସ୍ତାଙ୍କୁ ଦିଆଯାଇଥିଲା। ୨୦୦୨ ଦଙ୍ଗା ପରେ ତିସ୍ତା ନରେନ୍ଦ୍ର ମୋଦି ଏବଂ ଅନ୍ୟମାନଙ୍କୁ ଜଡିତ କରିବା ପାଇଁ ଏକ ପ୍ରଚାର ଚଳାଇଥିବା ଅଭିଯୋଗ ହୋଇଛି।

ମିତେଶ ଅମିନ କହିଛନ୍ତି ଗୁଜରାଟରେ ସରକାର ଅସ୍ଥିର କରିବା ପାଇଁ ପୋଲିସ ଅଧିକାରୀ ଆର.ବି ଶ୍ରୀକୁମାର ଏବଂ ସଞ୍ଜୀବ ଭଟଙ୍କ ସହ ତିସ୍ତା ଷଡଯନ୍ତ୍ର କରିଥିଲେ। ଏଥିପାଇଁ ପ୍ରଚାର ଚାଲିଥିଲା।
ସରକାର ଗଠନ କରିଥିବା ଏସଆଇଟିର ଦାବିକୁ କୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏସଆଇଟି କହିଛି ଅନୁସନ୍ଧାନରେ ପ୍ରମାଣ ମିଳିଛି। ଯେଉଁଥିରେ ଦର୍ଶାଯାଇଛି ତିସ୍ତାଙ୍କୁ ଏକ ରାଜନୈତିକ ଦଳର ନେତାଙ୍କଠାରୁ ଆର୍ଥିକ ସହାୟତା ମିଳିଛି। ଏହାପୂର୍ବରୁ, ସମାନ ଆଧାରରେ ସେସନ କୋର୍ଟରେ ଜାମିନକୁ ସରକାର ବିରୋଧ କରିଥିଲେ। ଓକିଲ ଏହି ମାମଲାର ଅନ୍ୟତମ ସାକ୍ଷୀ ରାଇସ ଖାନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ରାଇସ ଖାନ ଏହି ଷଡଯନ୍ତ୍ରର ଏକ ଅଂଶ ଥିଲେ।

Share