Categories: ଜାତୀୟ

ଅହମ୍ମଦବାଦ ଭୟଙ୍କର ସଡକ ଦୁର୍ଘଟଣା: ଲୋକ ଗହଳିରେ ଚଢିଗଲା ଜାଗୁଆର, ୯ମୃତ

ଅହମ୍ମଦାବାଦ,୨୦।୭: ଗୁଜୁରାଟର ଅହମ୍ମଦାବାଦରେ ଅବସ୍ଥିତ ଇସ୍କନ ବ୍ରିଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାତି ଅଧରେ ଇସ୍କନ ବ୍ରିଜରେ ଥାର ଗାଡି ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଦେଖିବା ପାଇଁ ବ୍ରିଜ ଉପରେ ଲୋକ ଭିଡ଼ ଜମାଇଥିଲେ। ତେବେ ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଜାଗୁଆର କାର ଲୋକଙ୍କ ଉପରକୁ ମାଡି ଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଏବଂ ହୋମ ଗାର୍ଡ ମଧ୍ୟ ଅଛନ୍ତି। ଏମାନେ ଥାର ଏବଂ ଡମ୍ପର ଦୁର୍ଘଟଣାର କାର୍ଯ୍ୟାନୁଷ୍ଠାନ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣାରେ କାର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କ ସମେତ ଡ୍ରାଇଭରଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

Share