Categories: ଜାତୀୟ

ପ୍ରେମିକାଙ୍କୁ ରାସ୍ତା ମଝିରେ ଜୋର୍‌ରେ ଚାପୁଡା ମାରିଲେ ପ୍ରେମିକ: କାରଣ ଜାଣିଲେ…

ଅହମ୍ମଦାବାଦ,୮।୧: ଗୁଜରାଟର ଅହମ୍ମଦାବାଦର ଲ’ ଉଦ୍ୟାନ ସାମ୍ନାରେ ଏକ ଜବରଦସ୍ତ ଝଗଡା ଦେଖିବାକୁ ମିଳିଥିଲା। ରାସ୍ତାରେ ଜଣେ ଯୁବକ ରାସ୍ତା ପାର ହେଉଥିବା ଏକ ଯୁବତୀଙ୍କୁ ଚାପୁଡ଼ା ମାରିଥିଲେ। ଚାପୁଡ଼ା ମାରିବା ପରେ ମଧ୍ୟ ସମ୍ପୃକ୍ତ ଯୁବକ ତାଙ୍କୁ ମାରିବାକୁ ଉତ୍ତ୍ୟକ୍ତ ହେବାରୁ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ଧରିଥିଲେ। ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଆକ୍ରମଣ ମାମଲା ରୁଜୁ ହୋଇଛି। ପୋଲିସର ସୂଚନାନୁସାରେ, ଆରୋପୀ ଯୁବକ ଏବଂ ପୀଡିତା ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି ଏବଂ କୌଣସି ସ୍ଥାନରେ ସାକ୍ଷାତ ବିଷୟରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା। ସୂଚନାନୁସାରେ, ଅହମ୍ମଦାବାଦର ଚନ୍ଦ୍ରନଗରରେ ରହୁଥିବା ୨୮ ବର୍ଷୀୟା ଯୁବତୀ ଅଙ୍କିତ ରାଥୋଡ ନାମକ ଜଣେ ଯୁବକଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ରହିଛି। ମୂଳତଃ ରାଜସ୍ଥାନରେ ରହୁତତ୍ବା ଯୁବତୀଙ୍କ ଜଣଙ୍କ କିଛି କାମ ପାଇଁ ଲ’ ଉଦ୍ୟାନକୁ ଯାଉଥିଲେ। ଏହି ସମୟରେ ଅଙ୍କିତ ତାଙ୍କୁ ଫୋନ୍‌ରେ କହିଥିଲେ ଯେ ସେ ଯେଉଁଠାରେ ଅଛନ୍ତି ସେ ସେଠାରେ ଥାନ୍ତୁ, ସେ ସେଠାରେ ତାଙ୍କୁ ଭେଟିବାକୁ ଆସୁଛନ୍ତି। ମହିଳା ଅଙ୍କିତଙ୍କ କଥା ଶୁଣିଲେ ନାହିଁ ଏବଂ ଲ’ ଉଦ୍ୟାନ ଆଡକୁ ଗଲେ। କିଛି ସମୟ ପରେ ଅଙ୍କିତ ମଧ୍ୟ ଯୁବତୀକୁ ଖୋଜିବା ପାଇଁ ଲ’ ଉଦ୍ୟାନକୁ ଆସିଥିଲେ। ଏହା ପରେ ସେ ସେଠାରେ ଥିବା ଯୁବତୀଙ୍କୁ ଦେଖିବା ମାତ୍ରେ ରାଗିକି ନିଆଁ ହୋଇଯାଇଥିଲେ। ରାଗିଯାଇ ଯୁବତଟିଙ୍କୁ ଚାପୁଡ଼ା ମାରିଥିଲେ ଏବଂ ତାଙ୍କୁ ପିଟିବାକୁ ଲାଗିଲଥିଲେ। ରାସ୍ତାରେ ଯୁବତୀଙ୍କୁ ଦେଖିବା ପାଇଁ ଭିଡ଼ ଜମିଥିଲା।

Share