Posted inଖେଳ

ଫାଇନାଲ ପାଇଁ ପ୍ରସ୍ତୁତ ଅମହମ୍ମଦାବାଦ: ଟସ୍‌ ପୂର୍ବରୁ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ, ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦି

ଅମହମ୍ମଦାବାଦ, ୧୮ା୧୧: କପିଳ ଦେବଙ୍କ ଦଳ ୧୯୮୩ରେ ବିଶ୍ୱ କପ୍‌ ଜିତିଲା ସେତେବେଳେ ଭାରତରେ କ୍ରିକେଟ ଏକ ଅନ୍ୟତମ ଖେଳ ରହିଥିଲା। ଏହି ସଫଳତା ପାଇଁ ସେମାନଙ୍କୁ ଉପଯୁକ୍ତ ପୁରସ୍କାର ମିଳି ନ ଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତ ଲତା ମଙ୍ଗେସ୍କର କ୍ରିକେଟର ଜଣେ ବଡ଼ ସମର୍ଥକ ଭାବେ ଜଣାଶୁଣା ଥିଲେ। ସେ ଏକ କନସର୍ଟ ପାର୍ଟିର ଆୟୋଜନ କରିଥିଲେ, ଯଦ୍ଦ୍ବାରାକି ଭାରତୀୟ କ୍ରିକେଟ ଦଳର ପ୍ରତ୍ୟେକ ସଦସ୍ୟ ଜଣକା ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପାଇପାରିଥିଲେ।

୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ବିଶ୍ୱକପ୍‌ ଜିତିଲା ସେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ଧନଶାଳୀ କ୍ରିକେଟ ବୋର୍ଡରେ ପରିଣତ ହୋଇ ସାରିଥିଲା। ୨୦୮୩ ରୁ ୨୦୧୧ ମଧ୍ୟରେ ୨୮ବର୍ଷରେ କ୍ରିକେଟ ଏକ ଶିଳ୍ପରେ ପରିଣତ ହୋଇଯାଇଥିଲା। ଏହାର ୧୨ବର୍ଷ ପରେ ରୋହିତ ଶର୍ମା ଏବଂ ତାଙ୍କ ଦଳ ତୃତୀୟ ଥର ଦେଶ ପାଇଁ କପ୍‌ ଜିତିବା ଲକ୍ଷ୍ୟରେ ରହିଛନ୍ତି। ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ରବିବାର ଖେଳାଯିବ। ବର୍ତ୍ତମାନ କ୍ରିକେଟ ଦେଶ ପାଇଁ ‘ସଫ୍ଟ ପାଓ୍ବାର’ର ଏକ ମାଧ୍ୟମ ପାଲଟିଯାଇଛି। କୌଣସି ଦେଶ ଖେଳ ଏବଂ ସଂସ୍କୃତିକୁ ଉପଯୋଗ କରି ଜିଓ ପଲଟିକାଲ ପ୍ରଭାବ ବିସ୍ତାର କରିବାରେ ଉପଯୋଗ କଲେ ସେ କ୍ଷେତ୍ରରେ ‘ସଫ୍ଟ ପାଓ୍ବାର’ ଶବ୍ଦ ବ୍ୟବହାର କରାଯାଇଥାଏ। ରବିବାର ଫାଇନାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି, ଭାରତୀୟ ବିମାନ ବାହିନୀ ଦ୍ୱାରା ଗ୍ରାଣ୍ଡ ଏୟାର ଶୋ’ କାର୍ଯ୍ୟକ୍ରମ, ଷ୍ଟାଣ୍ଡରୁ ଦୁଇ ପୂର୍ବତନ ଅଧିନାୟକ କପିଳ ଦେବ ଓ ଧୋନୀଙ୍କ ମ୍ୟାଚ ଦେଖା, ରାଜନେତା ଓ ନାମି ନାମି କଳାକାର ଓ ଅଭିନେତା ଅଭିନେତ୍ରୀଙ୍କ ଉପସ୍ଥିତି ଷ୍ଟାଡିୟମକୁ ଉତ୍ସବ ମୁଖରିତ କରିବ।

ଟସ୍‌ ପଡ଼ିବା ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ସାମିଲ ହେବେ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ ଏବଂ ବର୍ତ୍ତମାନର କୋକ୍‌ ଷ୍ଟୁଡିଓର ‘ଗୋଟିଲୋ’ ଗୀତ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୁଜରାଟୀ ସେନସେଶନ ଆଦିତ୍ୟ ଗାଦାଭି। ଇନିଂସ ବ୍ରେକ୍‌ ସମୟରେ ୫୦୦ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ଏକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଷ୍ଟାଡିୟମରେ ଅତି କମ୍‌ରେ ୧.୩୦ ଲକ୍ଷ ଲୋକ ଖେଳ ଦେଖିବେ। ବିଶ୍ୱବ୍ୟାପୀ ଅନ୍ୟ ୧.୩୯ ବିଲିୟନ ଲୋକ ଘରେ ବସି ମ୍ୟାଚ ଉପଭୋଗ କରିବେ।

ବିସିସିଆଇ ଆହୁରି ମଧ୍ୟ ୧୯୭୫ ଠାରୁ ୨୦୧୯ ପର୍ଯ୍ୟନ୍ତ ସମସ୍ତ ବିଶ୍ୱକପ୍‌ ବିଜୟୀ ଅଧିନାୟକଙ୍କୁ ସ୍ବତନ୍ତ୍ର ବ୍ଲେଜର ପ୍ରଦାନ କରିବ। ଚଳିତ ବିଶ୍ୱକପ୍‌ରେ ପ୍ରତିଟି ଭାରତ ମ୍ୟାଚରେ ଷ୍ଟାଡିୟମର ଷ୍ଟାଣ୍ଡଠାରୁ ଆରମ୍ଭ କରି ଗଳିକନ୍ଦି ସର୍ବତ୍ର ନୀଳ ରଙ୍ଗ ଦେଖିବାକୁ ମିଳିବ। ଗଳିକନ୍ଦିରେ ବିରାଟ କୋହଲିଙ୍କ ୧୮ ନମ୍ବର ଓ ରୋହିତ ଶର୍ମାଙ୍କ ୪୫ ନମ୍ବର ଜର୍ସିର ଅଧିକ ଚାହିଦା ରହିବ। ଏହା ଏକ ସ୍ମରଣୀୟ ରାତି ହେବ ବୋଲି ଆଶା କରାଯାଉଛି। ତେବେ ଏହା ରୋହିତଙ୍କ ଦଳର ପ୍ରଦର୍ଶନ ଉପରେ ସବୁକିଛି ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

IPL 2025 ମେଗା ଅକ୍ସନର ଆସିଲା ତାରିଖ! ଜାଣନ୍ତୁ କେବେ ହେବ ଏହାର ଆୟୋଜନ

ନୂଆଦିଲ୍ଲୀ,୧୮।୧୦: IPL 2025 ର ମେଗା ନିଲାମକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି। ଏବେ ଏହାର ତାରିଖ ପ୍ରକାଶ ପାଇଛି। ଏହା କୁହାଯାଉଛି ଯେ...

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri