Posted inଜାତୀୟ

ଅହମଦାବାଦ୍‌ ସିରିଏଲ୍‌ ବିସ୍ଫୋରଣ, ୪୯ ଦୋଷୀ ସାବ୍ୟସ୍ତ-୨୮ ଦୋଷମୁକ୍ତ…

ଅହମଦାବାଦ୍‌, ୮।୨ : ଅହମଦାବାଦ୍‌ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜୁରାଟ ସ୍ପେଶାଲ କୋର୍ଟ ରାୟ ଦେଇଛନ୍ତି। ବିସ୍ଫୋରଣ ମାମଲାରେ ୪୯ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ, ୭୭ ଅଭିଯୁକ୍ତଙ୍କ ମଧ୍ୟରୁ ୨୮ ଜଣଙ୍କୁ ନିର୍ଦ୍ଦୋଷ ବୋଲି କହି ଖଲାସ କରିଛନ୍ତି। ଅହମ୍ମଦାବାଦରେ ୨୦୦୮ ଜୁଲାଇ ୨୬ରେ ହୋଇଥିବା ସିରିଏଲ ବିସ୍ଫୋରଣରେ ସ୍ବତନ୍ତ୍ର ଅଦାଲତର ବିଚାରପତି ଅମ୍ବାଲାଲ ପଟେଲ ଏହି ରାୟ ପ୍ରଦାନ କରିଛନ୍ତି। ଅହମ୍ମଦାବାଦର ୨୦ ଟି ସ୍ଥାନରେ ୨୧ ଟି ବିସ୍ଫୋରଣରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୨୮ ଜଣ ଅଭିଯୁକ୍ତ ୭ଟି ରାଜ୍ୟର ଭିନ୍ନ ଭିନ୍ନ ଜେଲରେ ରହିଛନ୍ତି।

ଏହି ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୪୬ ଜଣ ଆହତ ହୋଇଥିଲେ।

ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ୯୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିଲା। ଯେଉଁଥିରେ ୬୦୦୦ ଡକ୍ୟୁମେଣ୍ଟାରୀ ପ୍ରମାଣ ରହିଥିଲା। ଏହି ସମୟରେ ୯ ଜଣ ବିଚାରପତି ବଦଳିଛନ୍ତି। ଏଥି ସହିତ, ୧,୧୧୭ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

ଏହି ମାମଲାରେ ଅହମ୍ମଦାବାଦରେ ୧୯ ଟି ଏବଂ କଲୋଲରେ ଗୋଟିଏ ମାମଲା ପଞ୍ଜିକୃତ ହୋଇଥିଲା। ବୋମା ତିଆରି କରିଥିବା ନେଇ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କୋର୍ଟରେ କୁହାଇଥିଲା। ଯେଉଁ ଗାଡିରେ ବୋମା ଲଗାଯାଇଥିଲା ସେହି ଗାଡିଗୁଡ଼ିକ ଅଭିଯୁକ୍ତଙ୍କ ଦ୍ୱାରା ନିଆଯାଇଥିବାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଥିଲା। ଅପରାଧୀମାନେ ସରକାରଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଦେଶଦ୍ରୋହ ଏବଂ ଆତଙ୍କ ସୃଷ୍ଟି କରିବାର ପ୍ରମାଣ ମଧ୍ୟ ରହିଥିଲା। ରାଜ୍ୟର ଶାନ୍ତି ଭଙ୍ଗ କରିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ପାଇଁ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସାବ୍ୟସ୍ତ ହୋଇଥିଲା।

ତେବେ ପ୍ରତିପକ୍ଷ ଆଇନଜୀବୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ମିଥ୍ୟା ଅଭିଯୋଗ କରି ମାମଲା କରାଯାଇଛି । ଏହି ଅପରାଧରେ ଅଭିଯୁକ୍ତମାନେ ସମ୍ପୃକ୍ତ ନ ଥିଲେ। ଅଭିଯୁକ୍ତଙ୍କ ବିରୋଧରେ ମିଥ୍ୟା ପ୍ରମାଣ ତିଆରି କରାଯାଇଥିବା ପ୍ରତିପକ୍ଷ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟକ୍ତିଙ୍କ ଭୁଲ୍ ପାଇଁ ଚାଲିଯାଇଥିଲା ସିଡିଏସ ବିପିନ ରାୱତଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୧୯।୧୨: ହେଲିକପ୍ଟର ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ତିନିବର୍ଷ ପରେ ଆସିଛି ତାଙ୍କ ମୃତ୍ୟୁ ପଛର କାରଣ। ଏହି...

YouTube ରେ ଭ୍ରମାତ୍ମକ ଥମ୍ବନେଲ୍, ଟାଇଟଲ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୯।୧୨: ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ବିଭ୍ରାନ୍ତିକର ଥମ୍ବନେଲ୍ କିମ୍ବା ଟାଇଟଲ୍ ଥିବା ଭିଡିଓ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛି। ଏହା...

ଆତଙ୍କବାଦୀ ସଂଗଠନର ୮ ସଦସ୍ୟ ଗିରଫ

ଗୁଆହାଟୀ,୧୯ା୧୨: ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଅନସରୁଲ୍ଲା ବାଂଲା ଟିମ୍‌ (ଏବିଟି)ର ୮ ଜଣ ଅପରେଟିଭ୍‌ଙ୍କୁ ଆସାମ ପୋଲିସର ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରିଛି। ୧୭...

ବଢିଲା ରାହୁଲଙ୍କ ଅଡୁଆ, ଭାଜପାର ଅଭିଯୋଗ ପରେ ମାମଲା ରୁଜୁ କଲା ପୋଲିସ

ନୂଆଦିଲ୍ଲୀ,୧୯।୧୨: ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା। ଭାଜପାର ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛି।...

ବାଂଲାଦେଶ ବିରୋଧରେ କଟକଣା ଲଗାଇବାକୁ ଆମେରିକା ଆଇନ ପ୍ରଣେତାଙ୍କ ଦାବି

ଓ୍ବାଶିଂଟନ,୧୯ା୧୨: ବାଂଲାଦେଶରେ ମାନବାଧିକାର ଉଲ୍ଲଂଘନ ସଙ୍କଟ ବଢ଼ୁଥିବାରୁ ଏହି ଦେଶ ବିରୋଧରେ ନିର୍ଦ୍ଦିଷ୍ଟ କଟକଣା ଲଗାଇବାକୁ ଆମେରିକା ଆଇନ ପ୍ରଣେତା ସଦସ୍ୟମାନେ ଦାବି କରିଛନ୍ତି। ଏହି...

ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ମାଗିଲେ ବିୟର, ଗଞ୍ଜେଇ, ଆଉ ତା’ପରେ…

ସାହାରନପୁର,୧୯।୧୨: ଉତ୍ତରପ୍ରଦେଶ ସାହାରନପୁରର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍‌ନାକୁ ଆସିଛି। ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ବିୟର, ଗଞ୍ଜେଇ ସହ ଖାସି ମାଂସ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ପହଞ୍ଚିଲା ଠେଲାପେଲା କାଣ୍ଡ, ଜାଣନ୍ତୁ କେଉଁ କେଉଁ ଧାରାରେ ପଞ୍ଜିକୃତ ହେଲା ଅଭିଯୋଗ…

ନୂଆଦିଲ୍ଲୀ,୧୯।୧୨: ସଂସଦରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଗୁରୁବାର ହୋଇଥିବା ମୁହାଁମୁହିଁ ସ୍ଥିତିକୁ ନେଇ ରାଜନୀତି ସରଗରମ ରହିଛି। ଘଟଣାକୁ ନେଇ ଉଭୟ ଦଳର ପ୍ରତିନିଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri