Categories: ଖେଳ

ଅହମ୍ମଦାବାଦ ଫ୍ରାଞ୍ଚାଇଜର ନେତୃତ୍ୱ ନେବେ ହାର୍ଦ୍ଦିକ

ନୂଆଦିଲ୍ଲୀ,୨୧।୧: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ନୂଆ ଭାବେ ସାମିଲ ହୋଇଥିବା ଅହମ୍ମଦାବାଦ ଦଳର ନେତୃତ୍ୱ ସମ୍ଭାଳିବେ। ଏ ନେଇ ଖୁବ୍‌ ଶୀଘ୍ର ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯିବ। ଏହା ପଛର ଉଦ୍ଦେଶ୍ୟ ଦଳକୁ ଗୁଜରାଟୀ ପରିଚୟ ଦେବା। ଗୁଜରାଟରେ ଜନ୍ମିତ ହର୍ଦ୍ଦିକଙ୍କ ବ୍ୟତୀତ ସିଭିସି କ୍ୟାପିଟାଲ ଗ୍ରୁପ୍‌ ମାଲିକାନାରେ ଥିବା ଅହମ୍ମଦାବାଦ ଫ୍ରାଞ୍ଚାଇଜ ଆଫଗାନିସ୍ତାନ ଲେଗସ୍ପିନର ରଶିଦ ଖାନ ଓ ଶୁବମାନ ଗିଲଙ୍କୁ ଦଳରେ ରଖିଛି। ଦଳର ସାଇନିଂ, ଡିଲ ଆମାଉଣ୍ଟ ଏବଂ ଦଳର ଅଧିନାୟକଙ୍କ ନାମ ଶନିବାର ଘୋଷଣା କରାଯିବ। ନୂଆ ଫ୍ରାଞ୍ଚାଇଜକୁ ଖେଳାଳିଙ୍କ ନାମ ସ୍ପଷ୍ଟ କରିବା ପାଇଁ ଜାନୁୟାରୀ ୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।

ତେବେ ଦଳର ନାମ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ଗୁଜରାଟୀ ଐତିହ୍ୟ ଓ ଯୁବବର୍ଗଙ୍କୁ ଧ୍ୟାନରେ ରଖି ଦଳର ନାମ ସୁପାରିସ କରିବା ପାଇଁ କିଛି ଏଜେନ୍ସିଂକୁ ଫ୍ରାଞ୍ଚାଇଜ ଦାୟିତ୍ୱ ଦେଇଛି।

Share