ନୂଆଦିଲ୍ଲୀ, ୨୧ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର କ୍ୱାଲିଫାୟର-୨ ଏବଂ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯଥାକ୍ରମେ ମେ’ ୨୬ ଓ ୨୮ରେ ଖେଳାଯିବ। ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ଚେନ୍ନାଇର ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ କ୍ୱାଲିଫାୟର-୧ ଓ ଏଲିମିନେଟର ଯଥାକ୍ରମେ ମେ’ ୨୩ ଓ ୨୪ରେ ଖେଳାଯିବ। ବିସିସିଆଇର ଆପେକ୍ସ କାଉନ୍ସିଲ ଚଳିତ ଲିଗ୍ର ୪ଟି ବଡ଼ ମ୍ୟାଚର କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିଥିଲା। ସୂଚନାଯୋଗ୍ୟ, ଆଇପିଏଲ୍ର ୧୬ତମ ସଂସ୍କରଣ ବିଶ୍ୱର ସର୍ବବୃହତ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମାର୍ଚ୍ଚ ୩୧ରେ ଆରମ୍ଭ ହୋଇଥିଲା।