ପିଟିଆଇ ଅଧ୍ୟକ୍ଷଙ୍କ ପୁଅ ମୁନିସ ଇଲାହିଙ୍କୁ ପଳାତକ ଘୋଷଣା କଲେ ଲାହୋର କୋର୍ଟ

ଲାହୋର,୨୩।୭: ଲାହୋରର ଏକ କୋର୍ଟ ଶନିବାର ପାକିସ୍ତାନର ପୂର୍ବତନ ସଂଘିୟ ମନ୍ତ୍ରୀ ଓ ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ନେତା ମୁନିସ ଇଲାହିଙ୍କୁ ମନି ଲଣ୍ଡରିଂ ମାମଲାରେ ପଳାତକ ଘୋଷଣା କରିଛନ୍ତି। ଗତବର୍ଷ ସଂଘିୟ ଯାଞ୍ଚ ଏଜେନ୍ସି (ଏଫ୍ରାଇଏ)୭୨୦ ମିଲିୟନ ଟଙ୍କା ଘୋଟାଲା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଇଲାହି ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।
ସେ ସମୟରେ ପୂର୍ବତନ ପିଏମଏଲ-କ୍ୟୁ ନେତା ବର୍ତ୍ତମାନ ଟଙ୍କା ହେରଫେରର ଦୁଇଟି ମାମଲାର ସମ୍ମୁଖୀନ ହୋଇଛନ୍ତି। ଦି ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ, ସେମାନଙ୍କ ଉପରେ ବେଆଇନ ଭାବେ ଦେଶରୁ କୋଟି କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
କୋର୍ଟଙ୍କ ନିର୍ଦ୍ଦେଶ ପରେ ଇଲାହିଙ୍କ ପରିଚୟ ପତ୍ର, ପାସପୋର୍ଟ, ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ସେମାନଙ୍କୁ ଇଲାହିଙ୍କ ଯାତ୍ରା ବିବରଣୀ, ବ୍ୟାଙ୍କ ଆକାଉଣ୍ଟ, ପାସପୋର୍ଟ, ପରିଚୟ ପତ୍ରର ବିବରଣୀ ଏବଂ ସଠିକ ଆବାସିକ ଠିକଣା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

Share