Categories: ଜାତୀୟ

ଉତ୍ତରପ୍ରଦେଶରେ ଏତିକି ଆସନ ଜିତିବ ଇଣ୍ଡିଆ ମେଣ୍ଟ, ରାହୁଲ କଲେ ବଡ଼ ଦାବି

ନୂଆଦିଲ୍ଲୀ,୨୯।୫: ନିର୍ବାଚନ ବାତାବରଣ ମଧ୍ୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ (ୟୁପି)ରେ ଇଣ୍ଡିଆ ମେଣ୍ଟର ବିଜୟ ଉପରେ ଏକ ବଡ଼ ଦାବି କରିଛନ୍ତି। ମଙ୍ଗଳବାର ୟୁପିର ଦେଓରିଆରେ ରାଲି ସମୟରେ ମଞ୍ଚରୁ ରାହୁଲ ଗାନ୍ଧୀ ରାଜ୍ୟର ସମସ୍ତ ୮୦ ଲୋକ ସଭା ଆସନ ଜିତିବା ନେଇ କହିଛନ୍ତି। ରାହୁଲ କହିଛନ୍ତି, ଭାଇ ଓ ଭଉଣୀମାନେ, ଏଠାରେ ଆମର ବିଜୟ ନିଶ୍ଚିତ। ଆପଣ ଏହାକୁ ଲେଖି ରଖନ୍ତୁ। ମୁଁ ଆପଣଙ୍କୁ କହୁଛି ଯେ ଏଥର ଇଣ୍ଡିଆ ମେଣ୍ଟ କ୍ଲିନ୍‌ ସ୍ବିପ୍‌ କରିବକୁ ଯାଉଛି।

Share