Categories: ଜାତୀୟ

ଭୋଟ୍‌ ବର୍ଜନ କରିଥିବା ଭୋଟରଙ୍କୁ ବୁଝାଇବାକୁ ରାଏବରେଲି ଯାଇଥିଲେ ରାହୁଲ, ଶୁଭିଲା ଜୟ ଶ୍ରୀ ରାମ ନାରା, ଆଉ ତା’ପରେ…

ନୂଆଦିଲ୍ଲୀ,୨୦।୫: ସୋମବାର ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶର ହଟ ସିଟ ରାଏବରେଲିରେ ଏକ ଗାଁର ଲୋକ ମତଦାନକୁ ବର୍ଜନ କରିଥିଲେ। ଯେଉଁମାନେ ଭୋଟ୍‌ ବର୍ଜନ କରିଥିଲେ ସେମାନେ ମିଲ ଏରିଆ ପୋଲିସ ଷ୍ଟେଶନ ଅଞ୍ଚଳର ମେନୁପୁର ଗାଁର ଗ୍ରାମବାସୀ ଥିଲେ। କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ମଧ୍ୟ ଏହି ଗ୍ରାମବାସୀଙ୍କୁ ଭୋଟ୍‌ ଦେବାକୁ ମନାଇବା ପାଇଁ ରାଏବରେଲିରେ ପହଞ୍ଚିଥିଲେ।

ଗ୍ରାମବାସୀଙ୍କୁ ମନାଇବା ପାଇଁ ଆସିଥିବା ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଜୟ ଶ୍ରୀ ରାମ ଏବଂ ହର ହର ମହାଦେବଙ୍କ ସ୍ଲୋଗାନ ଦିଆଯାଇଥିଲା। ଜୟ ଶ୍ରୀ ରାମ ଏବଂ ହର ହର ମହାଦେବଙ୍କ ସ୍ଲୋଗାନ ଉଠିବା ମାତ୍ରେ ରାହୁଲ ଗାନ୍ଧୀ ଗ୍ରାମବାସୀଙ୍କ ଆଗରେ ହାତ ଯୋଡି ନମସ୍କାର କରି ବାହାରକୁ ଚାଲିଆସିଥିଲେ।

ଏହାପୂର୍ବରୁ ଭାଜପା ପ୍ରାର୍ଥୀ ଦୀନେଶ ପ୍ରତାପ ସିଂ ମଧ୍ୟ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ମନାଇବାରେ ଅସଫଳ ଉଦ୍ୟମ କରିଥିଲେ। କୁହାଯାଉଛି ଯେ ଗାଁରେ ରାସ୍ତା ନିର୍ମାଣ ହୋଇ ନ ଥିବାରୁ ଗ୍ରାମବାସୀ ନାରାଜ ଥିଲେ। ରାସ୍ତା ନିର୍ମାଣ ପାଇଁ ରାହୁଲ ଗାନ୍ଧୀ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ଆଶ୍ୱାସନା ପରେ, ଗ୍ରାମବାସୀ ଭୋଟ ଦେବା ଆରମ୍ଭ କରିଥିଲେ।

Share