Categories: ଜାତୀୟ

ବାଘଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ କ୍ୟାମେରା

ନାଗପୁର,୧୯।୯: ବାଘର ଗତିବଧି ସମ୍ପର୍କରେ ତ୍ୱରିତ ସୂଚନା ଦେବା ଲାଗି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ୟାମେରା ବିକଶିତ ହୋଇଛି। ଏହି ଟେକ୍ନୋଲଜିକୁ ଟ୍ରାଏଲ୍‌ଗାର୍ଡ ଏଆଇ କମ୍ପାନୀ ପକ୍ଷରୁ ବିକଶିତ କରାଯାଇଛି। ଏହି ଏଆଇ କ୍ୟାମେରା ବାଘଙ୍କୁ ଖୋଜି ବାହାର କରିବା ସହ ୩୦ ସେକେଣ୍ଡ ମଧ୍ୟରେ ଏହାର ଫଟୋ ଉଠାଇ ମୋବାଇଲକୁ ପଠାଇବ। ଗ୍ଲୋବାଲ୍‌ ଟାଇଗର ଫୋରମ (ଜିଟିଏଫ୍‌) ପକ୍ଷରୁ କୁହାଯାଇଛି ଭାରତରେ ଏହି ଟେକ୍ନୋଲଜିକୁ ବିକଶିତ କରାଯାଇଛି। ଏହା କେବଳ ବନ୍ୟଜନ୍ତୁଙ୍କ ଫଟୋ ଉଠାଇବ ନାହିଁ ବରଂ ସେମାନଙ୍କ ପ୍ରଜାତି ବିଷୟରେ ମଧ୍ୟ ସଠିକ୍‌ ସୂଚନା ଦେବ।

Share