ନିଜ କମ୍ପାନୀର ସର୍ଭିସକୁ ଖରାପ କହିଲା ‘ଏଆଇ ଚାଟବୋଟ୍‌’, କଷ୍ଟମରଙ୍କୁ କଲା ଗାଳି, ଭାଇରାଲ ହେଉଛି ସ୍କ୍ରିନସଟ୍‌

ଶିଂଟନ୍‌,୨୩।୧: ନିକଟରେ ସୋସିଆଲ ମିଡିଆରେ ଏକ ସ୍କ୍ରିନସଟ୍‌ ଭାଇରାଲ ହୋଇଛି। ଯେଉଁଥିରେ ଏଆଇ ଚାଟ୍‌ବୋଟ୍‌ ନିଜ କମ୍ପାନୀର ସର୍ଭିସ ଖରାପ ବୋଲି ମେସେଜ କରିଛି। ଜଣେ ବ୍ୟକ୍ତି କିଛି ପ୍ରଶ୍ନ ପଚାରିବାରୁ ଚାଟବୋଟ୍‌ ଏପରି ରିପ୍ଲାଏ କରିଛି।
କହିରଖୁଛୁ କି, ଇଉରୋପୀୟ ଡେଲିଭରି ଏଜେନ୍ସି DPDର ଏଆଇ ଚାଟବୋଟ୍‌ ନିଜେ ହିଁ ନିଜ କମ୍ପାନୀର ସର୍ଭିସ ଅତି ଖରାପ ବୋଲି କହିଛି। ତେବେ ଏହି କମ୍ପାନୀର ଡେଲିଭରି ସର୍ଭିସକୁ ବ୍ୟବହାର ନ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛି।

ଭାଇରାଲ ସ୍କ୍ରିନସଟ୍‌ରେ କମ୍ପାନୀ ବିଷୟରେ ପଚାରିବାରୁ ଚାଟବୋଟ୍‌ ଏଣୁତେଣୁ ଅପମାନଜନକ କଥା ଗପିବାକୁ ଲାଗିଥିଲା ଯାହାକୁ ଦେଖି ଗ୍ରାହକ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ସୋସିଆଲ ମିଡିଆରେ ଗ୍ରାହକ ଜଣକ କହିଛନ୍ତି, ଚାଟବୋଟ୍‌ ନିଶାରେ ଥିବା ପରି ଲାଗୁଥିଲା। ସେ ଚାଟ୍‌ର ସ୍କ୍ରିନସଟ୍‌ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପଚାରିଥିଲେ, DPD ଅତି ଖରାପ ସର୍ଭିସ ଦେଉଛି। ପ୍ରଶ୍ନରେ ପାର୍ସଲ ବିତରଣ ସଂସ୍ଥା ଡାଇନାମିକ ପାର୍ସଲ ବିତରଣ (DPD) କମ୍ପାନୀ ବିରୋଧରେ ଅପମାନଜନକ କଥା ଲେଖିଥିଲା। ଦୁନିଆର ଏହା ଅତି ଖରାପ ସର୍ଭିସ ଯୋଗାଉଥିବା କମ୍ପାନୀ ବୋଲି ମଧ୍ୟ କହିଥିଲା। ଏଥିସହ ଏହାକୁ ବ୍ୟବହାର ନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲା।

 

Share