ଏଆଇ ପ୍ରଭାବ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଆସିବା ପରେ ଲୋକ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
୨୦୧୦ ଆରମ୍ଭରୁ ସ୍ମାର୍ଟ ଆଲଗୋରିଦମ ଆମର ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇଛି। ସର୍ଚ୍ଚ ଇଞ୍ଜିନ୍‌, ଅନ୍‌ଲାଇନ୍‌ ଶପିଂ, ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ ଏହାର ଉଦାହରଣ। ଚାଟ୍‌ଜିପିଟି (ChatGPT)ର ଶୁଭାରମ୍ଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିଛି। ଟେକ୍ନୋଲୋଜିର ପରିଧି ବାହାରେ ଥିବା ମାନବ ସମ୍ବଳ ଚାଟ୍‌ଜିପିଟି ବୃଦ୍ଧି ଓ ଏହାର ଲାଭକୁ ନେଇ ସନ୍ଦିହାନ ହୋଇ ଚାଟ ଜିପିଟି ଯେକୌଣସି ବ୍ୟବହାରକାରୀ ଏହାର ଇଣ୍ଟରଫେସ୍‌କୁ ଯାଇ କୌଣସି ପ୍ରଶ୍ନ ପଚାରିପାରିବେ ବୋଲି ଅନୁମତି ଦେଇଛି। ବ୍ୟବହାରକାରୀଙ୍କ ପସନ୍ଦ ଅନୁସାରେ ଚାଟ ଜିପିଟି କବିତା, ପ୍ରେରଣାଦାୟୀ ଭାଷଣ, ପ୍ରବନ୍ଧ ଆଦି ଲେଖିପାରିବ। ଆଗାମୀ ଦିନରେ ଚାଟଜିପିଟି ରିପୋର୍ଟକୁ ବିଶ୍ଳେଷଣ କରି ଆଇନଗତ ସହିତ ବୈଷୟିକ ଦସ୍ତାବିଜ ମଧ୍ୟ ପ୍ରସ୍ତୁତ କରିପାରିବ।
ବ୍ୟବସାୟିକ ପରିଦୃଶ୍ୟ ଏବଂ ଆମ ଜୀବନଧାରଣର ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ପାଇଁ ଇଣ୍ଟରନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ଅନେକ ଆଶଙ୍କା କରୁଛନ୍ତି, ଏହି ଉପକରଣ ଶେଷରେ ବେକାରି ସୃଷ୍ଟି କରିବ। ତେଣୁ ନିଯୁକ୍ତି ବଜାର ସହିତ ସମାଜକୁ ମଧ୍ୟ ବେକାରି ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ପ୍ରଥମତଃ ଆମେ ସ୍ବୀକାର କରିବା ଆବଶ୍ୟକ ଯେ ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ପାଇଁ ଟେକ୍ନୋଲୋଜି ଏକ ପ୍ରମୁଖ ସାଧନ ହେବ। ଏହାକୁ ଦମନ କରିହେବ ନାହିଁ । କୃତ୍ରିମ ବୁଦ୍ଧିମତ୍ତାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା ସମାଜଗୁଡ଼ିକ ବ୍ୟାପକ ଲାଭ ଅନୁଭବ କରିବେ ଏବଂ ଯେଉଁମାନେ ଏହାକୁ ଗ୍ରହଣ କରିବାରେ ବିଫଳ ହେବେ, ସେମାନେ ପଛରେ ରହିଯିବେ ।
ଯୋଗାଯୋଗ ପ୍ରସଙ୍ଗକୁ ବିଚାରକୁ ନିଆଯାଉ। ପୂର୍ବରୁ ଡାକବାଲାଙ୍କ ଦ୍ୱାରା ଚିଠି ପହଞ୍ଚା ଯାଉଥିଲା। ଚିଠି ବଦଳରେ ଇ-ମେଲ୍‌ ଆସୁଥିଲା। ଏବେ ଇ-ମେଲ୍‌ ବଦଳରେ ଅତ୍ୟାଧୁନିକ ଟେଲିକମ୍ୟୁନିକେଶନର ମାଧ୍ୟମ ପାଲଟିଛି। ସେହିପରି ନଗଦ କାରବାର ବଦଳରେ ଅନ୍‌ଲାଇନ ପେମେଣ୍ଟ ଏବଂ ପରବର୍ତ୍ତୀ ସମୟରେ ଡିଜିଟାଲ ଓ୍ବାଲେଟ ପ୍ରଚଳନ ହୋଇଛି। ନିବେଶ ଦୃଷ୍ଟିରୁ ଏଫ୍‌ଡିଏସ୍‌, ଇକ୍ୱିଟି ଓ ବଣ୍ଡ୍‌ ଏବଂ ଶେଷରେ କ୍ରିପ୍ଟୋ କରେନ୍ସି ଦ୍ୱାରା ବଦଳାଯାଇଛି। ମୌଳିକ ଆବଶ୍ୟକତା ସମାନ ରହିଥିବାବେଳେ ଆବଶ୍ୟକତା ପୂରଣ କରିବାର ପଦ୍ଧତିରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଚାଟ୍‌ଜିପିଟ ମଣିଷର ବିଶ୍ଳେଷଣାତ୍ମକ ମନର ସ୍ଥାନ ନେଇପାରିବ ନାହିଁ ବୋଲି ଏକ ମନ୍ତବ୍ୟ ଦେଇଥିଲେ। କିନ୍ତୁ ସେ ମଧ୍ୟ ଜାଣନ୍ତି ଯେ ଆମ ଦୈନନ୍ଦିନ ଜୀବନରେ ଟେକ୍ନୋଲୋଜିର ଅପରିହାର୍ଯ୍ୟ ପ୍ରଭାବ ରହିଛି। ତେଣୁ ଦ୍ରୁତଗତିରେ ବଦଳୁଥିବା ସାମାଜିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମକୁ ସମ୍ବଳ ସୃଷ୍ଟି କରିବାକୁ ହେବ। ଭାରତରେ ଅଧିକାଂଶ ଶ୍ରମଶକ୍ତି ଅଣସଙ୍ଗଠିତ କ୍ଷେତ୍ର ସହ ଜଡ଼ିତ। ଶ୍ରମଶକ୍ତିର ଏକ ଅଂଶ ଟେକ୍ନୋଲୋଜିର ପରିଧି ବାହାରେ ରହିଛି। ବୈଷୟିକ ପରିବର୍ତ୍ତନ ଦ୍ୱାରା କିଛି ଲୋକ ଲାଭବାନ୍‌ ହେବେ। ଦେଶଗୁଡ଼ିକୁ ସେମାନଙ୍କ ମାନବ ସମ୍ବଳ ଉପରେ ଧ୍ୟାନ ଦେବା ଆବଶ୍ୟକ ଏବଂ ଏଆଇର ଲାଭର ସର୍ବାଧିକ ଉପଯୋଗ କରିବା ପାଇଁ ଶ୍ରମଶକ୍ତି ପ୍ରସ୍ତୁତ କରିବା ଆବଶ୍ୟକ। ସରକାରୀ ଏବଂ ବେସରକାରୀ କ୍ଷେତ୍ରକୁ ସେମାନଙ୍କର ପ୍ରଚଳିତ ସମ୍ବଳର ଦକ୍ଷତା ବୃଦ୍ଧି କରିବା ଲାଗି ବ୍ୟାପକ ନିବେଶ କରିବା ଆବଶ୍ୟକ। କୌଶଳ ବିକାଶର ଆବଶ୍ୟକତା ଅତ୍ୟନ୍ତ ପ୍ରାସଙ୍ଗିକ ଏବଂ ଏହା ବୈଷୟିକ ଆବଶ୍ୟକତା ସହିତ ମେଳ ଖାଉଥିବା ଦରକାର।
ଦେଶ ବିଶେଷ ଦୃଷ୍ଟିକୋଣରୁ ବୌଦ୍ଧିକ ସମ୍ପତ୍ତି ଅଧିକାରର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବା ଉଚିତ। ଆଇପିଆର୍‌ଏସ୍‌ ଫାଇଲିଂରେ ଭାରତର ରେକର୍ଡ ଆମେରିକା ଓ ଚାଇନା ଭଳି ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ତଳକୁ ରହିଛି।
ଆବଶ୍ୟକ ଏକାଡେମିକ ଭିତ୍ତିଭୂମି ସୃଷ୍ଟି କରିବା ଆବଶ୍ୟକ । ନୂତନ ଶିକ୍ଷାନୀତିରେ କୋଡିଂ ଭଳି ବୈଷୟିକ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ଏଥିପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମିର ଆବଶ୍ୟକତା ରହିଛି। ସମାଜର ସମାବେଶୀ ଏବଂ ସାମଗ୍ରିକ ବିକାଶ ପାଇଁ ଚାଟ୍‌ଜିପିଟ ଭଳି ଏକ ବିକଶିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପକରଣର ଆହ୍ବାନର ମୁକାବିଲା କରିବା ପାଇଁ ଶ୍ରମଶକ୍ତିକୁ ସକ୍ଷମ କରିବା ଆବଶ୍ୟକ।

  • ସୌରଜିତ୍‌ ପ୍ରଧାନୀ
    ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
    ମୋ-୯୯୬୭୧୦୨୨୬୪

Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri