Categories: ଜାତୀୟ

ଯାନ୍ତ୍ରିକ ତ୍ରୁଟି ଯୋଗୁ ଅବତରଣ କଲା ବିମାନ, ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଥିରୁଭାନନ୍ତପୁରମ୍‌, ୩୧।୭: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ ପରେ ସୋମବାର ଯାନ୍ତ୍ରିକ ତ୍ରୁଟି କାରଣରୁ ଥିରୁଭାନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ବିମାନଟି ନିରାପଦରେ ଅବତରଣ କରିଛି। ୧୫୪ ଜଣ ଯାତ୍ରୀଙ୍କୁ ଧରି ବିମାନଟି ତିରୁଚିରାପଲ୍ଲୀରୁ ଶାରଜାହା ଅଭିମୁଖେ ଯାଉଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଦେଇଛନ୍ତି।

ବିମାନ ଆଉଏକ୍ସ ୬୧୩ରେ ୧୫୪ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ। ବିମାନଟି ତାମିଲନାଡୁର ତିରୁଚିରାପଲ୍ଲୀରୁ ସକାଳ ପ୍ରାୟ ୧୦.୪୫ରେ ଉଡାଣ ଭରିଥିଲା। ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ବିମାନଟି ତିରୁଭାନନ୍ତପୁରମରେ ଦିନ ୧୨ଟାରେ ନିରାପଦରେ ଅବତରଣ କରିଛି। ଟେକ ଅଫ ପରେ ଯାନ୍ତ୍ରିକ ତ୍ରୁଟି ହେତୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଜରୁରୀକାଳୀନ ଅବତରଣ ନୁହେଁ ବୋଲି ଏୟାରଲାଇନ ସ୍ପଷ୍ଟ କରିଛି।

Share