ବିଜେଡିକୁ ନେଇ AI କଲା ବଡ଼ ଭବିଷ୍ୟବାଣୀ, ଯଦି ସତ ହୁଏ…

ଭୁବନେଶ୍ୱର,୯।୪: ବିଜେଡିର ଭବିଷ୍ୟତ ଏବେ କ’ଣ ହେବ ତା’ ନେଇ ଓଡ଼ିଶା ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି। ୨୪ ବର୍ଷର ଦୀର୍ଘ ଶାସନ ପରେ ୨୦୨୪ ନିର୍ବାଚନରେ ବିଜେଡି ଭାଜପା ଠାରୁ ପରାଜୟ ହାସଲ କରିଥିଲା। ଏହା ପରେ ଦଳର ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ଉଠିଛି। ବିଜେଡିର ଆଗାମୀ ଭବିଷ୍ୟତ କ’ଣ ହେବ ତାହା କେବଳ ସମୟ ହିଁ କହିପାରିବ। ବିଜେଡିର ଭବିଷ୍ୟତକୁ ନେଇ ଅନେକ ରାଜନୈତିକ ବିଶେଷଜ୍ଞ ବିଭିନ୍ନ ଆକଳନ କରୁଛନ୍ତି। ବିଭିନ୍ନ ବରିଷ୍ଠ ନେତା ତଥା ତୁଙ୍ଗ ନେତା ଅନେକ କଥା କହୁଛନ୍ତି। କିନ୍ତୁ ଏହାରି ଭିତରେ AI ବିଜେଡିକୁ ନେଇ ଏମିତି କିଛି ଭବିଷ୍ୟବାଣୀ କରିଛି ଯାହାକୁ ଶୁଣି ସମସ୍ତେ ତାଜୁବ ହୋଇଯାଇଛନ୍ତି। ଏଆଇର ଆକଳନକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଭୂକମ୍ପ ସୃଷ୍ଟି ହୋଇଛି। ତେବେ ଆସନ୍ତୁ ଜାଣିବା ବିଜେଡିକୁ ନେଇ ଏଆଇ କ’ଣ କହିଛି…

AI predictions about BJD: ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦୀର୍ଘ ସମୟ ଧରି ଓଡ଼ିଶାରେ ଏକ ଶକ୍ତିଶାଳୀ ରାଜନୈତିକ ଶକ୍ତି ହୋଇ ରହିଥିଲା। କିନ୍ତୁ ୨୦୨୪ ନିର୍ବାଚନରେ ଦଳଟି ବିଧାନସଭାରେ ୫୧ଟି ଆସନ ଓ ଲୋକ ସଭାରେ ଗୋଟିଏ ବି ଆସନ ଜିତି ପାରି ନଥିଲା। ଏହା ପରେ ଦଳରୁ ଦୁଇ ରାଜ୍ୟ ସଭା ଏମପି ମମତା ମହାନ୍ତ ଓ ସୁଜିତ କୁମାର ଭାଜପାକୁ ଯାଇଥିବା ବେଳେ ସ୍ଥାନୀୟ ସ୍ତରରେ ଅନେକ ନେତା ମଧ୍ୟ ଦଳ ଛାଡ଼ିଛନ୍ତି। ଯାହା ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

AI predictions about BJD: ସାମ୍ପ୍ରତିକ ଖବର ଅନୁସାରେ, ଭାଜପା ଏମପି ବଳଭଦ୍ର ମାଝୀ ଦାବି କରିଛନ୍ତି ଯେ, ବିଜେଡିର କୌଣସି ସ୍ପଷ୍ଟ ଆଦର୍ଶ ଓ ଦିଗଦର୍ଶନ ନାହିଁ, ଯାହା ଦଳକୁ ଓଡ଼ିଶାରୁ ଧୀରେ ଧୀରେ ଲିଭାଇ ଦେବ। ଅନ୍ୟପକ୍ଷରେ, ନବୀନ ପଟ୍ଟନାୟକ ଦଳର ୨୮ତମ ପ୍ରତିଷ୍ଠା ଦିବସରେ କହିଥିଲେ ଯେ, “ବିଜେଡିର ଭବିଷ୍ୟତ ଉଜ୍ଜ୍ୱଳ ଅଛି ଓ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଏହା ଓଡ଼ିଶା ଲୋକଙ୍କ ସେବା କରିବ।”

AI Predict About BJD: ଏଆଇ ବିଶ୍ଳେଷଣ କହୁଛି, ବିଜେଡିର ଭବିଷ୍ୟତ ନିର୍ଭର କରୁଛି ନବୀନଙ୍କ ନେତୃତ୍ୱ, ଦଳୀୟ ସଂଗଠନର ପୁନର୍ଗଠନ ଓ ଭାଜପା ସରକାରଙ୍କ ବିରୋଧରେ ଏକ ଶକ୍ତିଶାଳୀ ବିରୋଧୀ ଭୂମିକା ଉପରେ। ଯଦି ଦଳ ନିଜର ଗାଁ ସ୍ତରୀୟ ସମର୍ଥନ ପୁନରୁଦ୍ଧାର କରି ପାରେ ଓ ନୂଆ ନେତୃତ୍ୱ ଆଗକୁ ଆଣିବ, ତେବେ ଏହା ପୁଣି ଥରେ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରି ପାରିବ। କିନ୍ତୁ ଏହା ନ ହେଲେ, ଭାଜପା ଓ କଂଗ୍ରେସ ଭଳି ଦଳମାନଙ୍କ ପାଇଁ ଏହା ଅସୁବିଧା ସୃଷ୍ଟି କରିପାରେ। ପଞ୍ଚାୟତ ନିର୍ବାଚନ ଓ ଅନ୍ୟାନ୍ୟ ସ୍ଥାନୀୟ ନିର୍ବାଚନ ଆଗାମୀ ଦିନରେ ବିଜେଡିର ସ୍ଥିତି ସ୍ପଷ୍ଟ କରିବ। ଏଆଇ ଅନୁସାରେ, ସଠିକ ରଣନୀତି ଓ ଜନସମର୍ଥନ ବିଜେଡିକୁ ପୁନର୍ଜନ୍ମ ଦେଇପାରେ, ନଚେତ ଦଳର ଅବସ୍ଥା ଦୁର୍ବଳ ହେବାର ଆଶଙ୍କା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି...

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

ଦିଗପହଣ୍ଡିରେ ରାମଚରିତ ମାନସ ପାରାୟଣ ଶୁଭାରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସିଂହଦାର ସମ୍ମୁଖରେ ଶୁକ୍ରବାର ସାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ...

BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ...

ଶସ୍ତାରେ ମିଳୁଛି ଭଡା ଘର, 1 BHK ଫ୍ଲାଟ ପାଇଁ ଦେବାକୁ ପଡିବ…

ନୂଆଦିଲ୍ଲୀ,୧୮।୪: ଭାରତର ବିଭିନ୍ନ ସହରରେ ଘର ଭଡାର ମୂଲ୍ୟ ଦିନକୁ ଦିନ ବଢୁଛି। ତେବେ କେତେକ ଛୋଟ ଓ ମଧ୍ୟମ ସହରରେ ଭଡା ମୂଲ୍ୟ ଏବେ...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଜେଲ ଗଲେ…

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image