ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏଆଇ ମଡେଲ, ଦେଖିଲେ ଭ୍ରମରେ ପଡୁଛନ୍ତି ଅଭିନେତା

ମାଦ୍ରିଦ,୨୫।୧୧: ଆର୍ଟିଫିଶିଆଲ ଇଣ୍ଟେଲଜେନ୍ସି ଯେଉଁଠି ଲୋକଙ୍କ ପାଇଁ ସମ୍ଭାବନାର ସୁଯୋଗ ଦେଇଛି ସେହିପରି ଅଗାମୀ ଭବିଷ୍ୟତରେ ସମାଜ ପାଇଁ ସମସ୍ୟା ମଧ୍ୟ ବଢାଇଛି। ଏଆଇ ଯୋଗୁ ବହୁ ଲୋକ ଚାକିରୀ ହରାଉଛନ୍ତି। ଅନେକଙ୍କୁ ଭବିଷ୍ୟତରେ ଚାକିରୀ ହରାଇବା ନେଇ ଆଶଙ୍କା ରହିଛି। କିନ୍ତୁ ଏହାରି ଭିତରେ ସୂଚନା ମିଳିଛି କି ସ୍ପେନରେ ଜଣେ ବ୍ୟକ୍ତି ଏଆଇ ମଡେଲ ପସ୍ତୁତ କରିଛନ୍ତି। ଯାହା ସାହାର୍ଯ୍ୟରେ ସେ ପ୍ରତି ମାସରେ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ବାର୍ସିଲୋନାର ଏହି ଏଆଇ ମଡେଲ ମହିଳା ଜଣକ ହେଉଛନ୍ତି ୨୫ବର୍ଷିୟ ଐତାନା ଲୋପେଜ। ଏତାନା ଦେଖିବାକୁ ପୁରା ମଣିଷ ଭଳି ମଡେଲ। ଯେକେହି ବି ଦେଖିଲେ ତାଙ୍କୁ ନେଇ ଭ୍ରମରେ ପଡଯିବ। ବ୍ୟକ୍ତି ଜଣକ କହିଛନ୍ତି, ଐତାନାଙ୍କୁ ବହୁ ବଡ ବଡ ହସ୍ତି ଏପରକି ଲୋକପ୍ରିୟ ଅଭିନେତା ମଧ୍ୟ ସୋସିଆଲ ମିଡିଆରେ ପ୍ରାଇଭେଟ ମେସେଜ କରୁଛନ୍ତି। ଏପରିକି ତାଙ୍କ ସହ ଭେଟିବାକୁ ମଧ୍ୟ ଚାହୁଁଛନ୍ତି କାରଣ ସେମାନେ ତାଙ୍କୁ ସତ ସତିକା ଦେଖାଯାଉଥିବା ମହିଳା ମଡେଲ ଭାବୁଛନ୍ତି। କିନ୍ତୁ ଅସଲରେ ସେ ଜରେ ମହିଳା ମଡେଲ।

ଐତାନା ମାସକୁ ପାଖାପାଖି ୧୦ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ କହିବାକୁ ଗଲେ ସେ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଐତାନା ଗୋଟିଏ ବିଜ୍ଞାପନ ପାଇଁ ଏକ ଲକ୍ଷ ଟଙ୍କା ଡିମାଣ୍ଡ କରୁଛନ୍ତି। ନିକଟରେ ସେ ଏକ ସ୍ପୋର୍ଟସ୍ପ ସପ୍ଲିମେଣ୍ଟ କମ୍ପାନୀର ଚେହେରା ମଧ୍ୟ ହୋଇଯାଇଛନ୍ତି। ସେ ଫ୍ୟାନଭ୍ୟୁ ନାମକ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ ଫଟୋ ଅପଲୋଡ କରନ୍ତି। କିଛିଦିନ ମଧ୍ୟରେ ଇନଷ୍ଟ୍ରାଗ୍ରାମରେ ତାଙ୍କ ଫଲୋର୍ସ ୧୨୧,୦୦୦ରୁ ଅଧିକ ବଢି ଯାଇଛି। ତାଙ୍କ ପୋଷ୍ଟରେ ହଜାର ହଜାର ଭ୍ୟୁଜ ଆସିବା ସହ ବହୁତ କମେଣ୍ଟସ ମଧ୍ୟ ଆସୁଛି।
ଐତାନାଙ୍କ ପାଇଁ ପ୍ରତି ସପ୍ତାହରେ ଏକ ଏଜେନ୍ସି ଟିମର ବୈଠକ ହୋଇଥାଏ। ଯେଉଁଥିରେ ସପ୍ତାହ ମଧ୍ୟରେ ଐତାନା କଣ କରିବେ, େକେଉଁ ସ୍ଥାନକୁ ଯିବେ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କେଉଁ ଫଟୋ ଅପଲୋଡ ହେବ ସେ ବିଷୟରେ ପ୍ଲାନିଂ କରାଯାଏ। କହିରଖୁଛୁ କି, ଐତାନାଙ୍କ କୌଣସି ଫଟୋଶୁଟ ହୋଇ ନ ଥାଏ। ଏଆଇ ଏବଂ ଡିଜାଇନ ଦ୍ୱାରା ତାଙ୍କର ଫଟୋ ପ୍ରସ୍ତୁତ କରାଯାଇ ଶେୟାର କରାଯାଏ।

Share