Categories: ଜାତୀୟ

ଜୀବନକାଳକୁ ଆକଳନ କରିପାରିବ ଏଆଇ ମଡେଲ

ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଗବେଷକମାନେ ଏଭଳି ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପକରଣ ବିକଶିତ କରିଛନ୍ତି, ଯାହା ମାନବର ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଓ ଆୟ ସମ୍ପର୍କିତ ଇତିହାସ ସମ୍ପର୍କରେ ଜଣାଇଦେବ। ଜଣେ ବ୍ୟକ୍ତିର ସମଗ୍ର ଜୀବନର ସବୁକିଛି ଏହା ପୂର୍ବାନୁମାନ କରିପାରିବ ବୋଲି ଗବେଷକମାନେ ଦାବି କରିଛନ୍ତି। ଚାଟ୍‌ଜିପିଟି ଭଳି ବୃହତ୍‌ ଭାଷା ମଡେଲ (ଏଲ୍‌ଏଲ୍‌ଏମ୍‌)କୁ ଚଳାଉଥିବା ଟ୍ରାନ୍ସଫର୍ମର ମଡେଲ୍କୁ ବ୍ୟବହାର କରି ଉକ୍ତ ଏଆଇ ମଡେଲ ପ୍ରସ୍ତୁତ ହୋଇଛି। ଲାଇଫ୍‌ ୨ଭିଇସି ନାମରେ ଏହି ଉପକରଣକୁ ଡେନ୍‌ମାର୍କର ମୋଟ ଜନସଂଖ୍ୟା ସମ୍ପର୍କିତ ତଥ୍ୟ ଶିକ୍ଷାଦିଆଯାଉଛି। ଏହା ଠିକ୍‌ ଭାବେ ଜଣେ ବ୍ୟକ୍ତିଙ୍କ ଭବିଷ୍ୟତ ବତାଇପାରିବ। ଭବିଷ୍ୟ ଆକଳନ ସମେତ ଭବିଷ୍ୟତର କାର୍ଯ୍ୟ ପାଇଁ ଏହାକୁ ଆଧାର ଭାବେ ବ୍ୟବହାର କରାଯାଇପାରିବ ବୋଲି ଗବେଷକ କହିଛନ୍ତି। ତେବେ ଏହାକୁ ଲୋକଙ୍କ ଜୀବନୀ ଉପରେ ଆକଳନ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ଆମେରିକା ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ପ୍ରଫେସର ଟିନା ଏଲିଆସି ରେଡ୍‌ କହିଛନ୍ତି। କାରଣ ଏକ ନିର୍ଦ୍ଦିଷ୍ଟ ଜନସଂଖ୍ୟାର ନିର୍ଦ୍ଦିଷ୍ଟ ତଥ୍ୟ ଆଧାରରେ ଉକ୍ତ ମଡେଲ ପୂର୍ବାନୁମାନ କରୁଛି, ଯାହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହୋଇ ନ ପାରେ। ଉକ୍ତ ଉପକରଣ ନିର୍ମାଣ ପ୍ରକ୍ରିୟାରେ ସାମାଜିକ ବିଜ୍ଞାନୀଙ୍କୁ ସାମିଲ କରାଗଲେ ଏହା ଅଧିକ ମାନବକୈନ୍ଦ୍ରିକ ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି।

Share