Advertisement

ଏଆଇ ଫୋନ କଲ: ନିମିଷକେ ଖାଲି କରିଦେବ ବ୍ୟାଙ୍କ ଆକାଉଣ୍ଟ…

ନୂଆଦିଲ୍ଲୀ,୨୦।୧୨ : ସ୍ମାର୍ଟଫୋନ ଯୋଗୁ ଲୋକଙ୍କ ପାଇଁ ଅନେକ ଜିନିଷ ସହଜ ହୋଇଯାଇଛି । କିନ୍ତୁ କିଛି ଜିନିଷ ମଧ୍ୟ କଷ୍ଟସାଧ୍ୟ ହୋଇଛି । ଏକ ଫୋନ କଲ ଗ୍ରାହକଙ୍କୁ ବିଚଳିତ କରିବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନିମିଷକେ ଖାଲି କରି ଦେଇପାରେ। ତେଣୁ ସ୍ମାଟଫୋନ ୟୁଜର ସବୁବେଳେ କେତେକ ବିଷୟଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ।

ହ୍ୟାକରମାନେ ସମ୍ପ୍ରତି ଏଆଇକୁ ଅଧିକ ବ୍ୟବହାର କରୁଛନ୍ତି। ଏହାକୁ ବିଭିନ୍ନ ମହିଳା ତଥା ପୁରୁଷଙ୍କ ସ୍ବର ସୃଷ୍ଟି କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଛି। ତେବେ ଅଧିକାଂଶ ଭାରତୀୟ ସ୍ମାର୍ଟଫୋନ ବ୍ୟବହାରକାରୀ ଏଭଳି ସ୍ବର ବିଷୟରେ ଜାଣି ନାହାନ୍ତି। ଏହାର ଅର୍ଥ ୟୁଜର ଜାଣିପାରିବେ ନାହିଁ ଏହି ସ୍ବର ବାସ୍ତବ ନା ଏହା ଏଆଇ ସାହାଯ୍ୟରେ ସୃଷ୍ଟି ହୋଇଛି । ତେଣୁ ନ କଲି କଲ କରି ଅନେକ ଲୋକଙ୍କୁ ପ୍ରତାରଣା କରାଯାଉଛି ।

କେତେକ ମାମଲା ସାମ୍ନାକୁ ଆସିଛି। ଯେଉଁଥିଲେ ସ୍କାମରମାନେ ପୀଡିତଙ୍କର ସମ୍ପର୍କୀୟ ବୋଇି ସେମାନଙ୍କ ସ୍ବରରେ କଥା କହିଥାନ୍ତି। ହଠାତ ସେମାନଙ୍କର ଟଙ୍କା ଆବଶ୍ୟକ ଥିବା କୁହନ୍ତି। ମୋବାଇଲ ଫୋନ ହଜିଯାଇଥିବା କୁହନ୍ତି। ଫଳରେ ଜଣେ ନିଜ ସମ୍ପର୍କୀୟଙ୍କୁ ସହାୟତା ପାଇଁ ଅନଲାଇନ ଟଙ୍କା କାରବାର କରିଥାନ୍ତି। ଏହା ଦ୍ୱାରା ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନିମିଷକେ ଖାଲି ହୋଇ ଯାଇଥାଏ। ତେବେ ସାଇବର ସୁରକ୍ଷା ସେଲ ଅନୁସାରେ ବର୍ତ୍ତମାନ ଲୋକମାନେ ଟିକେ ସତର୍କ ହୋଇଯାଇଛନ୍ତି। କିନ୍ତୁ ବେଳେବେଳେ ସେମାନେ ମଧ୍ୟ ପ୍ରତାରିତ ହେଉଛନ୍ତି।

ସାଇବର ସୁରକ୍ଷା କ୍ଷେତ୍ରରେ ଏଆଇ ସବୁଠାରୁ ବଡ ସମସ୍ୟା ପାଲଟିଛି। ସୋସିଆଲ ମିଡିଆରରେ ପୋଷ୍ଟ କରାଯାଉଥିବା ରିଲରେ ବିଭିନ୍ନ ନେତାଙ୍କ ସ୍ବର ପ୍ରାୟତଃ ବ୍ୟବହୃତ ହୁଏ। ସାଧାରଣତଃ ଭାରତୀୟମାନେ ଏହା ବିଷୟରେ ମଧ୍ୟ ବୁଝନ୍ତି ନାହିଁ । ଏହି କାରଣରୁ ସେମାନେ ପ୍ରତାରିତ ହୋଇଥାନ୍ତି ଏବଂ ସ୍କାମର ଶିକାର ମଧ୍ୟ ହୁଅନ୍ତି। ଏହି କାରଣରୁ ଠିକ ସମୟରେ ଏହି ବିଷୟରେ ୟୁଜର ଜାଣିବା ଉଚିତ। ଯେତେବେଳେ ବି ଏପରି କଲ ଆସେ, ଏହାକୁ କ୍ରସ ଯାଞ୍ଚ କରାଯିବା ଜରୁରୀ।

Share