ପୋଲାଣ୍ଡ,୨୪।୯: ଏଆଇ ବା ଆଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଦୁନିଆରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିପାଇଁ ଭବିଷ୍ୟତରେ ଲୋକମାନେ ଚାକିରି ହରାଇବାକୁ ଭୟ କରୁଛନ୍ତି। କର୍ମଚାରୀଙ୍କ ତୁଳନାରେ ଏଆଇ ରୋବଟ ଖୁବ ସହଜରେ ଏବଂ ଖୁବ୍ ଶୀଘ୍ର କାମ ଶେଷ କରୁଛି। ତେବେ ପୋଲାଣ୍ଡର ଏକ କମ୍ପାନୀ ଏଆଇ ରୋବଟକୁ ପରୀକ୍ଷାମୂଳକ ଭାବେ ନିଜ କମ୍ପାନୀର ସିଇଓ ଭାବରେ ନିଯୁକ୍ତ କରିଛି। ଏହା ପୋଲାଣ୍ଡର ଏକ ପାନୀୟ କମ୍ପାନୀ ଅଟେ। କମ୍ପାନୀର ନାମ ହେଉଛି ଡିକ୍ଟାଡୋର। ଏହି କମ୍ପାନୀ ମାଦକ ଦ୍ରବ୍ୟ ରମ ଅଧିକ ବିକ୍ରି କରିଥାଏ। ତେବେ ଏହି ଏଆଇ ରୋବଟର ନାଁ ହେଉଛି ମିକା। ମିକା କମ୍ପାନୀର କାର୍ଯ୍ୟ ତଦାରଖ କରିବା ସହ କଲେକ୍ସନ ଓ କ୍ଲାଇଣ୍ଟଙ୍କ ସହ ଯୋଗାଯୋଗ କରିବା ଇତ୍ୟାଦି କାର୍ଯ୍ୟ କରିବ।