ଏଆଇ ଅନୁବାଦ: ୫ ହଜାର ବର୍ଷ ପୁରୁଣା ଲେଖନ ପ୍ରଣାଳୀ ଗୋଟିଏ କ୍ଲିକରେ ହେବ ଅନୁବାଦ…

ଜେରୁଜେଲମ,୨୦।୬ : , କ୍ୟୁନିଫର୍ମ ହେଉଛି ପୁରାତନ ଜଣାଶୁଣା ଲେଖନ ପ୍ରଣାଳୀ।, କିନ୍ତୁ ଏହା ପଢ଼ିବା ଏତେ କଷ୍ଟସାଧ୍ୟ। ବିଶ୍ୱର କେବଳ ଅଳ୍ପ କେତେକ ବିଶେଷଜ୍ଞ ମୁନିଆ କଣ୍ଟା ଆକୃତିର ଏହି ପ୍ରତୀକଗୁଡ଼ିକୁ ଡିକୋଡ କରିବାକୁ ସକ୍ଷମ। କିନ୍ତୁ ବର୍ତ୍ତମାନ ଏହା ସହଜ ହେବାକୁ ଯାଉଛି। ଇସ୍ରାଏଲର ପ୍ରତ୍ନତତ୍ତ୍ୱବିତ ଏବଂ କମ୍ପ୍ୟୁଟର ବୈଜ୍ଞାନିକମାନଙ୍କର ଏକ ଦଳ ପ୍ରାଚୀନ ଆକ୍କାଡିଆନ କ୍ୟୁନିଫର୍ମ ପାଇଁ ଏକ ଏଆଇ(କୃତ୍ରିମ ବୁଦ୍ଧିମତ୍ତା)ଚାଳିତ ଅନୁବାଦ ପ୍ରୋଗ୍ରାମ ସୃଷ୍ଟି କରିଛନ୍ତି। ଯାହା ସାହାଯ୍ୟରେ ଏହାକୁ ଗୋଟିଏ କ୍ଲିକରେ ଇଂଲିଶ୍‌ରେ ଅନୁବାଦ କରାଯାଇପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ୫ ହଜାର ବର୍ଷ ପୁରୁଣା ଲେଖନ ପ୍ରଣାଳୀକୁ ଅନୁବାଦ କରିବା ଏବେ ସହଜ ହେବାକୁ ଯାଉଛି। ଗୁଗୁଲ ଅନୁବାଦ ପରି ଏହି ଏଆଇ ଟୁଲ ସାହାଯ୍ୟ କରିବ ।

ବିଶ୍ୱସ୍ତରରେ ଲାଇବ୍ରେରୀ, ସଂଗ୍ରହାଳୟ ଏବଂ ବିଶ୍ୱବିଦ୍ୟାଳୟରେ କ୍ୟୁନିଫର୍ମ ଲେଖନର ଅଢ଼େଇ ଲକ୍ଷରୁ ଅଧିକ ମାଟି ଟାବଲେଟ ଲେଖା ଅଛି। କିନ୍ତୁ ଅଳ୍ପ ସଂଖ୍ୟକ ଆକ୍କାଡିଆନ କ୍ୟୁନିଫର୍ମ ପାଠକ ଥିବାରୁ ଏହି ଭାଷାରେ କ‘ଣ ଲେଖାଯାଇଛି ତାହା ବୁଝିବା କଷ୍ଟକର ହେଉଛି। ଯାହା କି ୨ ହଜାର ବର୍ଷ ଧରି କାହା ଦ୍ୱାରା କଥିତ କିମ୍ବା ଲେଖା ହୋଇନାହିଁ ।

ଏହି କାରଣ ହେଉଛି ଏହି ଟାବଲେଟଗୁଡ଼ିକର କେବଳ କିଛି ଅଂଶ ଅନୁବାଦ କରାଯାଇଛି। ନୂତନ ଗୁଗୁଲ ଅନୁବାଦ ପରି ଏଆଇ ପ୍ରୋଗ୍ରାମଗୁଡିକ ପ୍ରତ୍ନତତ୍ତ୍ୱବିତମାନଙ୍କୁ କମ ସମୟ ମଧ୍ୟରେ କ୍ୟୁନିଫର୍ମଗୁଡିକ ଡିକୋଡ କରିବାରେ ସହାୟତା ଯୋଗାଇବ।

ଆକ୍କାଡିୟାନ ମେସୋପୋଟାମିଆ ଏବଂ ମଧ୍ୟ ପୂର୍ବରେ ପ୍ରାୟ ୩୦୦୦ ରୁ ୧୦୦ ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ଲେଖାଯାଇଥିଲା ଏବଂ କଥିତ ହୋଇଥିଲା। ଏହା ସେହି ସମୟର ଲିଙ୍ଗୁଆ ଫ୍ରାଙ୍କା ଥିଲା, ଯାହା ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଯୋଗାଯୋଗ କରିବା ସହାୟତା ପ୍ରଦାନ କରୁଥିଲା। ଏହି ଭାଷା ଆସୁରୀୟ ଆକ୍କାଡିଆନ ଏବଂ ବାବିଲୋନ ଆକ୍କାଡିଆନ ଭାବେ ଖ୍ରୀଷ୍ଟପୂର୍ବ ୨୦୦୦ରେ ବିଭକ୍ତ ହୋଇଥିଲା। ପ୍ରାୟ ୬୦୦ଖ୍ରୀଷ୍ଟପୂର୍ବ ଠାରୁ, ଆରାମିକ ଧୀରେ ଧୀରେ ଆକ୍କାଡିଆନରେ ବଦଳାଇବାକୁ ଲାଗିଲା, ଯେତେବେଳେ ଏହା ଅଧିକ ବ୍ୟାପକ ଭାବରେ କୁହାଯାଉଥିଲା।

Share