Categories: ଜାତୀୟ

ଭାଜପା ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କଲା ଏଆଇଏଡିଏମ୍‌କେ

ଚେନ୍ନାଇ,୨୫।୯: ତାମିଲନାଡୁରେ ଭାଜପାକୁ ବଡ ଝଟକା ଲାଗିଛି। ସୋମବାର ଏଆଇଏଡିଏମ୍‌କେ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନ୍‌ଡିଏ) ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଦଳ କହିଛି, ଗତ ଏକ ବର୍ଷ ଧରି ଭାଜପାର ରାଜ୍ୟ ନେତୃତ୍ୱ କ୍ରମାଗତ ଭାବେ ଆମର ପୂର୍ବତନ ନେତା, ଆମର ମହାସଚିବ ଇପିଏସ (ଏଡାପଡ୍ଡୀ ପଲାନିସ୍ବାମୀ) ଏବଂ ଆମର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି। ତେବେ ଆଜିର ବୈଠକରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି। ଏଆଇଏଡିଏମ୍‌କେ ନେତାଙ୍କ ବୈଠକ ପରେ ଦଳର ଉପ ସଂଯୋଜକ କେ.ପି ମୁନୁସାମି କହିଛନ୍ତି , ଆଜିଠାରୁ ଏନଡିଏ ସହ ସମସ୍ତ ସମ୍ପର୍କ ସମାପ୍ତ କରୁଛୁ।

Share