Categories: ଜାତୀୟ

ଉଦୟନିଧିଙ୍କ ସିନେମାକୁ ନେଇ ଏଆଇଏଡିଏମ୍‌କେ-ଡିଏମ୍‌କେ ମୁହାଁମୁହିଁ

ପଣ୍ଡିଚେରି,୨୪।୫ : ଜାତି ବିରୋଧୀ ବିଷୟବସ୍ତୁକୁ ନେଇ ନିର୍ମିତ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଚଳଚ୍ଚିତ୍ର ‘ନେଞ୍ଜୁକୁ ନିଧି’କୁ ଟିକସ ଛାଡ଼ ପାଇଁ ପଣ୍ଡିଚେରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବା ପରେ ଏହାକୁ ନେଇ ପଣ୍ଡିଚେରିରେ ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍‌କ ପୁଅ ତଥା ଚେନ୍ନାଇର ଚେପକ ଆସନରୁ ବିଧାୟକ ଥିବା ଉଦୟନିଧିଙ୍କ ସଦ୍ୟ ମୁକ୍ତିଲାଭ ଚଳଚ୍ଚିତ୍ରକୁ ଟିକସ ଛାଡ଼ ଲାଗି ଡିଏମକେର ପଣ୍ଡିଚେରି ଶାଖା ମୁଖ୍ୟମନ୍ତ୍ରୀ ଏନ୍‌. ରାଙ୍ଗାସ୍ବାମୀଙ୍କୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଏଆଇଏଡିଏମ୍‌କେ ନେତା ଏହାକୁ ବିରୋଧ କରିଛନ୍ତି। ଡିଏମ୍‌କେ ଜାତି ଆଧାରରେ ଲୋକଙ୍କୁ ଭାଗ ଭାଗ କରିବା ଲାଗି ଉଦ୍ୟମ କରୁଥିବା ଏଆଇଏଡିଏମ୍‌କେ ରାଜ୍ୟ ସମ୍ପାଦକ କେ. ଅନବହାଝାଗନ କହିଛନ୍ତି। ଡିଏମ୍‌କେ ଟିକସ ଛାଡ଼ ଅର୍ଥକୁ ଅନୁସୂଚିତ ଜାତି ଲୋକଙ୍କ କଲ୍ୟାଣରେ ଖର୍ଚ୍ଚ କରିବ ନାହିଁ ବୋଲି ସେ କହିଛନ୍ତି।

Share