Categories: ଜାତୀୟ

ୟୁସିସି ନେଇ ପଛଘୁଞ୍ଚା ଦେଲା ଏଆଇଏଡିଏମକେ…

ଚେନ୍ନାଇ,୫।୭ : ଦେଶରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ଲାଗୁ କରିବା ଭାଜପା ପାଇଁ ସହଜ ହେବ ନାହିଁ। ବିରୋଧୀମାନେ ବିରୋଧ କରୁଛନ୍ତି କିନ୍ତୁ ବର୍ତ୍ତମାନ ତାମିଲନାଡୁରେ ଭାଜପାର ମୁଖ୍ୟ ସହଯୋଗୀ ଏଆଇଏଡିଏମକେ ଏନେଇ ପଛଘୁଞ୍ଚା ଦେଇ ଭାଜପାର ହାତ ଛାଡ଼ିଛି।

ୟୁନିଫର୍ମ ସିଭିଲ କୋଡ ପାଇଁ ସମ୍ବିଧାନରେ କୌଣସି ସଂଶୋଧନ ନ କରିବାକୁ ଏଆଇଏଡିଏମକେ ଭାରତ ସରକାରଙ୍କୁ ଅନୁରୋଧ କରିଛି। ଏହି ଆଇନ ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଏଆଇଏଡିଏମକେ କହିଛି।

ୟୁସିସିକୁ ବିରୋଧ କରୁଥିବା ଜାତୀୟ ପିପୁଲ୍ସ ପାର୍ଟି ପରେ ଏଆଇଏଡିଏମକେ ହେଉଛି ଭାଜପାର ଦ୍ୱିତୀୟ ପ୍ରମୁଖ ସହଯୋଗୀ। ଏଥିସହ ଏଆଇଏଡିଏମକେ କିପରି ଏହାର ପ୍ରମୁଖ ସହଯୋଗୀଙ୍କୁ ମନାଇବାରେ ସକ୍ଷମ ହେଉଛି ତାହା ଦେଖିବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏହାପୂର୍ବରୁ ନାଗାଲାଣ୍ଡରେ ଭାଜପାର ଅନ୍ୟ ସହଯୋଗୀ ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି (ଏନଡିପିପି) ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ଆପତ୍ତି ଜଣାଇଥିଲା।

Share