Categories: ବାଣିଜ୍ୟ

ଏଆଇବିଇଏର ତ୍ରୈବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବ୍ୟାଙ୍କ ଶିଳ୍ପରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଦବୀ ପୂରଣ ପାଇଁ ଦାବି କରାଯିବା ସହ ଠିକା ବା ଆଉଟସୋର୍ସିଂରେ ନିଯୁକ୍ତି ପ୍ରଦାନକୁ ନିଖିଳ ଓଡ଼ିଶା ବ୍ୟାଙ୍କ ଅଫ୍‌ ବରୋଦା ସଂଘ ପକ୍ଷରୁ ବିରୋଧ କରାଯାଇଛି। ସଂଘ ପକ୍ଷରୁ ସ୍ଥାନୀୟ ରୋଟାରି ଆୟୋଜିତ ଦ୍ୱିତୀୟ ତ୍ରୈବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିିଥି ଭାବେ ଏଆଇବିଇଏର ସଭାପତି ରାଜନ ନାଗର କହିଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ସରକାର ବ୍ୟାଙ୍କର ଶ୍ରମଶକ୍ତି ଆକଳନ କରି ନିଯୁକ୍ତି ଦେବେ ଓ ଆଉଟସୋର୍ସିଂ ସମ୍ପର୍କରେ ଆଲୋଚନା କରିବେ ବୋଲି କେନ୍ଦ୍ରୀୟ ଶ୍ରମ କମିଶନରଙ୍କ ଉପସ୍ଥିତିରେ ରାଜି ହୋଇଥିବାରୁ ବ୍ୟାଙ୍କ ଧର୍ମଘଟ ଓ ଆନ୍ଦୋଳନ ଏବେ ସ୍ଥଗିତ ରହିଛି। ତେବେ ଜାନୁୟାରୀ ୧୮ ଓ ୧୯ରେ ଧର୍ମଘଟ ଡାକରା ଦିଆଯାଇଛି। ଆୟୋଜିତ ସମ୍ମିଳନୀରେ ରାଜନ କହିଛନ୍ତି, ବ୍ୟାଙ୍କଗୁଡ଼ିକ ପ୍ରଚୁର ଲାଭ କରିଥିଲେ ମଧ୍ୟ ବିପୁଳ ପରିମାଣର କର୍ପୋରେଟ ଅନାଦେୟ ଋଣ ପ୍ରତିବର୍ଷ ଛାଡ କରାଯାଉଥିବାରୁ ବ୍ୟାଙ୍କଗୁଡ଼ିକରେ ଲାଭ ପରିମାଣ ହ୍ରାସ ପାଉଛି। ଗତ ୧୦ ବର୍ଷରେ ଏହି ଋଣ ଛାଡର ପରିମାଣ ୨୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏହି ଋଣ ଅସାଧୁ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଓ ଲୋଭୀ କର୍ପୋରେଟ ତଥା ସରକାରୀ କଳର ଅସାଧୁ ମେଣ୍ଟ ଦ୍ୱାରା ପ୍ରଦାନ କରାଯାଇ ପରେ ଛାଡ଼ କରାଯାଉଛି। ଏହା ବିରୋଧରେ ଏଆଇବିଇଏ ଲଗାତର ଆନ୍ଦୋଳନ ଚଳାଇଛି । ଏହି ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦିଅଯାଇଛି। କଟକର ଆଞ୍ଚଳିକ ପ୍ରବନ୍ଧକ ରଣଜିତ କୁମାର ଉଦ୍‌ବୋଧନ ଦେଇଥିଲେ। ବ୍ୟାଙ୍କ ଅଫ୍‌ ବରୋଦା ସର୍ବଭାରତୀୟ କର୍ମଚାରୀ ସମିତିର ଅଧ୍ୟକ୍ଷ ସମ୍ମିଳନୀର ଉଦ୍‌ଘାଟନ କରିଥିବାବେଳେ ସମ୍ମିଳନୀର ଅଭ୍ୟର୍ଥନା ସମିତିର ୟୋରମ୍ୟାନ ସ୍ବାଗତ ଭାଷଣ ଦେଇଥିଲେ। ଶଶୀକାନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ବିଜୟ କୁମାର ନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ କିଶୋର ଜେନା, ଏଓବିଇଏର ସଭାପତି ସଞ୍ଜୀବ ପତି, ଅଖିଳ ଭାରତ ବ୍ୟାଙ୍କ ଅଫ୍‌ ବରୋଦା କର୍ମଚାରୀ ସମନ୍ବୟ ସମିତିର ସମ୍ପାଦକ ଜି.ଏନ୍‌. ଲାଲ ଓ ବିପିବିଇଏର ଉପସଭାପତି ସଲିଳ ଭଟ୍ଟାଚାର୍ଯ୍ୟ, ବ୍ୟାଙ୍କ ଅଫ୍‌ ବରୋଦାର ଆଞ୍ଚଳିକ ପ୍ରବନ୍ଧକ ରଣଜିତ କ୍ରିଷ୍ଣା, ମନୋଜ କୁମାର ସାହୁ, ସୂର୍ଯ୍ୟକାନ୍ତ ଦାସ, ପ୍ରବୀର କୁମାର ନାୟକ, ପ୍ରତିମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share