Categories: ଖେଳ

ବିଶ୍ୱକପ୍‌ରେ ସବୁଠାରୁ ଦ୍ରୁତ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର, ଭାଙ୍ଗିଲେ ୧୨ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ କ୍ରିକେଟ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ନୂଆଦିଲ୍ଲୀରେ ଖେଳାଯାଇଥିବା ମୁକାବିଲାରେ ବିସ୍ଫୋରକ ବ୍ୟାଟିଂ କରି ଇତିହାସ ରଚିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଆଡେନ୍‌ ମାର୍କ୍ରାମ। ସେ ମାତ୍ର ୪୯ ବଲ୍‌ରେ ଶତକ ମାରି ବିଶ୍ୱକପ୍‌ ଇତିହାସରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ଏପରି କରି ସେ ଆୟରର୍ଲାଣ୍ଡର କେଭିନ୍‌ ଜୋସେଫ ଓ’ ବ୍ରାଇନଙ୍କ ୧୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୨୦୧୧ରେ କେଭିନ୍‌ ଇଂଲଣ୍ଡ ବିପକ୍ଷରେ ବିଶ୍ୱକପ୍‌ ମ୍ୟାଚ୍‌ରେ ୫୦ ବଲ୍‌ରେ ବସ୍ଫୋରକ ଶତକ ମାରିଥିଲେ। ଏବେ ଗୋଟିଏ ବଲ୍‌ ଅନ୍ତରରେ କେଭିନ୍‌ ଉକ୍ତ ରେକର୍ଡକୁ କାଟିଛନ୍ତି। ମାର୍କ୍ରାମ ୫୪ ବଲ୍‌ରେ ମୋଟ ୧୦୬ ରନ୍‌ କରିଥିଲେ। ଏଥିରେ ୧୪ ଚୌକା ଏବଂ ୩ ଛକା ଥିଲା। ସେହିଭଳି ବିଶ୍ୱକପ୍‌ ଇତିହାସରେ ଗୋଟିଏ ଇନିଂସରେ ୩ ବ୍ୟାଟ୍ସମ୍ୟାନ୍‌ ଶତକ ମାରିବାରେ ସଫଳ ହୋଇଛି। କ୍ୱିଣ୍ଟନ ଡି କକ୍‌(୮୪ ବଲ୍‌ରେ ୧୦୦ ରନ୍‌) ଏବଂ ରସି ଭାନ୍‌ ଡେର୍‌ ଡୁସେନ୍‌(୧୦୦ ବଲ୍‌ରେ ୧୦୮ ରନ୍‌) ଏବଂ ମାର୍କ୍ରାମଙ୍କ(୧୦୬)ରନ୍‌ ବଳରେ ଦକ୍ଷିଣ ଆଫ୍ରିକା ଗୋଟିଏ ଇନିଂସରେ ସବୁଠାରୁ ଅଧିକ ରନ୍‌ କରିଥିବା ଟିମ୍‌ ଭାବେ ନୂଆ ରେକର୍ଡ କରିଛି।

Share