Categories: ବାଣିଜ୍ୟ

ଏଆଇଇଟିର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୫।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆରିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏଆଇଇଟି) ଭୁବନେଶ୍ୱର ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ଦିନିକିଆ କର୍ମଶାଳା (ଆଲୋଚନା ଚକ୍ର)ର ଆୟୋଜନ କରାଯାଇଥିଲା। ଉକ୍ତ ଆଲୋଚନାଚକ୍ରରେ ଓଡ଼ିଶା ପରିବେଶ ସମିତିର ଅଧ୍ୟକ୍ଷ ଡ.ସୁନ୍ଦର ନାରାୟଣ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଛାତ୍ରୀଛାତ୍ରମାନଙ୍କୁ ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ଓ ଏହାର ସମାଧାନର ସୂତ୍ର ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ଏଆଇଇଟିର ଚେୟାରମ୍ୟାନ ଡ. ମଧୁମିତା ପରିଡ଼ା ଓ ନିର୍ଦ୍ଦେଶିକା ପ୍ରଫେସର ସସ୍ମିତା ପରିଡ଼ା ପ୍ରଦୂଷଣମୁକ୍ତ ସମାଜ ଗଠନ ନିମିତ୍ତ ଛାତ୍ରୀଛାତ୍ରମାନଙ୍କୁ ଆହ୍ବାନ ଦେଇଥିଲେ। ଅପରପକ୍ଷରେ ଏଆଇଇଟିର ଅଧ୍ୟକ୍ଷ ପ୍ରଫେସର ଡ. ବିମଳ ଷଡ଼ଙ୍ଗୀ ସ୍ବାଗତ ଅଭିଭାଷଣ ସହ ପ୍ରଦୂଷଣ ନିୟନ୍ତ୍ରଣ ନିମିତ୍ତ ଇଞ୍ଜିନିୟରିଂ କୌଶଳର ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ, ଡ. ଅମୀୟ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share