Categories: ଖେଳ

ବିଦେଶୀ ଫୁଟବଲରଙ୍କ ସର୍ବେକ୍ଷଣ ପାଇଁ ଗଠନ ହେଲା ଟାସ୍କଫୋର୍ସ

ନୂଆଦିଲ୍ଲୀ,୧୪ା୮: ବିଦେଶରେ ରହୁଥିବା ଭାରତୀୟ ଫୁଟବଲ ଖେଳାଳିଙ୍କ ବିଷୟରେ ସର୍ବେକ୍ଷଣ କରିବା ପାଇଁ ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ବିଦେଶରେ ଅବସ୍ଥାନ କରୁଥିବା ଭାରତୀୟ ଖେଳାଳି ଓ ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିବା ଖେଳାଳିଙ୍କୁ ନେଇ ଏହି ଟାସ୍କଫୋର୍ସ ଏକ ସର୍ଭେ କରିବ। ବର୍ତ୍ତମାନର ନିୟମ ଅନୁସାରେ ବିଦେଶରେ ଅବସ୍ଥାନ କରୁଥିବା ତଥା ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିବା ଖେଳାଳିମାନେ ଜାତୀୟ ଦଳର ପ୍ରତିନିଧିତ୍ୱ କରିପାରିବେ ନାହିଁ।

ଜାନୁୟାରୀ ୩୧, ୨୦୨୪ ମଧ୍ୟରେ ଏହି ଟାସ୍କଫୋର୍ସ ନିଜର ରିପୋର୍ଟ ପ୍ରଦାନ କରିବ। ଏହି ରିପୋର୍ଟ ଆଧାରରେ ବିଦେଶୀ ଖେଳାଳିଙ୍କୁ ସୁଯୋଗ ଦେବା ଉପରେ ବିଚାର କରାଯିବ। ବର୍ତ୍ତମାନର ଭାରତୀୟ ଆଇନ ଅନୁସାରେ ଭାରତୀୟ ନାଗରିକତ୍ୱ ଗ୍ରହଣ କଲେ ହିଁ ଜଣେ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇପାରିବେ।

Share