Posted inଖେଳ

ବଲାଙ୍ଗୀରରେ ଏଆଇଏଫ୍‌ଏଫ୍‌ ଡି’ ଡିପ୍ଲୋମା କୋଚିଂ କୋର୍ସ ଆରମ୍ଭ

ଭୁବନେଶ୍ୱର, ୧୩।୧୨(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ବଲାଙ୍ଗୀର ସଦାଇପାଲିର ଏସ୍‌ଆଇଟିଇ କ୍ୟାମ୍ପସରେ ଶନିବାରଠାରୁ ଡି’ ଡିପ୍ଲୋମା କୋଚିଂ କୋର୍ସ ଆରମ୍ଭ ହୋଇଛି। ଏହା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବିଭିନ୍ନ ସ୍ଥାନରୁ ୨୪ ଜଣ ଏଥିରେ ଅଂଶଗ୍ରହଣ କରିଛନ୍ତି। ସୟଦ ଅଲ୍‌ତାଫୁଦ୍ଦିନ ଏଥିରେ ଇନ୍‌ଷ୍ଟ୍ରକ୍ଟର ଦାୟିତ୍ୱ ତୁଲାଉଛନ୍ତି। ଅଲ୍‌ତାଫୁଦ୍ଦିନ ଏଏଫ୍‌ସି ‘ଏ’ ଲାଇସେନ୍ସ ପ୍ରାପ୍ତ କୋଚ୍‌ ଏବଂ ଏଆଇଏଫ୍‌ଏଫ୍‌ ‘ଡି’ ଲାଇସେନ୍ସ ଧାରୀ ଇନ୍‌ଷ୍ଟ୍ରକ୍ଟର। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବଲାଙ୍ଗୀର କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ମୁଖ୍ୟ ଅତିଥି ଏବଂ ବଲାଙ୍ଗୀରର ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମସ୍ତ ପ୍ରକାର ଫର୍ମଟରୁ ଅବସର ଘୋଷଣା କଲେ ମାର୍ଟିନ ଗୁପ୍ଟିଲ୍, ଭାରତ ମୁହଁରୁ ଛଡାଇ ନେଇଥିଲେ ବିଜୟ

ନୂଆଦିଲ୍ଲୀ,୮।୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦୁର୍ଦଶ ବ୍ୟାଟର ମାର୍ଟିନ ଗୁପ୍ଟିଲ୍। ୩୮ ବର୍ଷୀୟ ଗୁପ୍ଟିଲ୍ ତାଙ୍କ ୧୪ ବର୍ଷର ଲମ୍ବା...

ଆମେରିକା ଚାହିଁଲେ ୨ ଘଣ୍ଟାରେ ଗ୍ରୀନଲାଣ୍ଡ ଉପରେ କରିପାରେ କବ୍ଜା, ପଢ଼ନ୍ତୁ ସ୍ବତନ୍ତ୍ର ରିପୋର୍ଟ…

ନ୍ୟୁୟର୍କ,୮।୧: ଗ୍ରୀନଲ୍ୟାଣ୍ଡକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ‘ଗ୍ରେଟର୍‌ ଆମେରିକା’ ମିଶନ ଏକ ନୂଆ ଆଲୋଡ଼ନ ସୃଷ୍ଟି କରିଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ...

କଟିବ ପାକିସ୍ତାନର ନାକ, ହାତରୁ ଚାଲିଯାଇପାରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ କ୍ଷମତା…

ନୂଆଦିଲ୍ଲୀ,୮।୧: ଅଧାରେ ରହିପାରେ ପାକିସ୍ତାନ ଏବଂ ଏହାର କ୍ରିକେଟ ବୋର୍ଡ ପିସିବିର ଆଶା। କାରଣ ଦଳ ହାତରୁ ଚାମ୍ପିଅନ୍ସ ଟ୍ରଫି ଆୟୋଜକ ହେବାର କ୍ଷମତା ଚାଲିଯାଇପାରେ।...

କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ କଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୮।୧: ଆଇସିସି ର଼୍ୟାଙ୍କିଂରେ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବଂ ଜସପ୍ରୀତ ବୁମ୍‌ରା ଉପକୃତ ହୋଇଛନ୍ତି। ବୁମ୍‌ରା ଜୀବନର ଶ୍ରେଷ୍ଠ ର଼୍ୟାଙ୍କିଂ ହାସଲ...

୬ ମାସ ଯାଏ ଟିମ୍‌ରୁ ବାଦ୍‌ ପଡ଼ିପାରନ୍ତି ଜସପ୍ରିତ ବୁମ୍‌ରା

ନୂଆଦିଲ୍ଲୀ,୮।୧: ଚାମ୍ପିଅନ୍ସ ଟ୍ରଫି ଲାଗି ଜାନୁଆରୀ ୧୨ରେ ଦଳ ଘୋଷଣା ହେବ। ଏଥିରେ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଖେଳିବେ କି ନାହିଁ ସେନେଇ ପ୍ରଶ୍ନବାଚୀ...

ଜାଣିଶୁଣି ବୁମ୍‌ରାଙ୍କୁ ଉସ୍‌କାଇଥିଲି…ନିଜ ଭୁଲ୍‌ ମାନିଲେ ଅଷ୍ଟ୍ରେଲିୟ କ୍ରିକେଟର୍‌

ନୂଆଦିଲ୍ଲୀ,୮।୧: ଏକ ଦଶନ୍ଧି ପରେ ଅଷ୍ଟ୍ରେଲିଆ ଭାରତରୁ ବର୍ଡର-ଗାଭାସ୍କର ଟ୍ରଫି ଛଡ଼ାଇ ନେଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଅଧୀନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ...

ଫିଟ୍‌ ହୋଇଗଲେଣି, ତଥାପି NCAରେ କାହିଁକି ଅଛନ୍ତି ଶାମି? ପ୍ରଶ୍ନ ଉଠାଇଲେ ପଣ୍ଟିଂ-ଶାସ୍ତ୍ରୀ

ନୂଆଦିଲ୍ଲୀ,୭।୧: ଫିଟ୍‌ ହୋଇଗଲେଣି ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ତଥାପି ତାଙ୍କୁ ଦଳରେ ନିଆଯାଉନାହିଁ। ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ...

ଲଣ୍ଡନ ନା ଭାରତ? ଟିମ୍‌ ଇଣ୍ଡିଆରୁ ଅଲଗା ହୋଇ କୁଆଡେ ଯାଉଛନ୍ତି ବିରାଟ କୋହଲି…

ନୂଆଦିଲ୍ଲୀ,୭।୧: ଭାରତର ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇଛି। ଏଣୁ ଯଥାଶୀଘ୍ର ଖେଳାଳିମାନେ ଭାରତ ଫେରିବାକୁ ଚାହୁଁଛନ୍ତି। ଏମିତିରେ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri