ପାଣି ଛିଞ୍ଚିଲେ ମରିବ କରୋନା ଭାଇରସ!

ନୂଆଦିଲ୍ଲୀ,୨୧।୮: କରୋନା ଭାଇରସକୁ ମାରିବାକୁ କିଏ କେତେ ପ୍ରକାର ଗବେଷଣା କରୁଥିବା ବେଳେ ଏବେ ଏହାର ଭ୍ୟାକ୍ସିନ ଉପରେ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ରୁଷିଆ ପ୍ରଥମ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଏହାକୁ ନେଇ କିନ୍ତୁ ଉଠୁଛି ନାନା ପ୍ରଶ୍ନ। ଏହାରି ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି। AIIMS-IITରେ ଅଧ୍ୟୟନ କରିଥିବା କେତେଜଣ ଛାତ୍ର ଏମିତି ଏକ ଟେକ୍ନୋଲୋଜି ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ପାଣି ସହାୟତାରେ କରୋନା ଭାଇରସକୁ ମାରି ଦେଇ ହେବ ବୋଲି କୁହାଯାଉଛି। ଡା. ଶଶି ରଞ୍ଚନ ଓ ଦେବ୍ୟାନ ଶାହା ୨୦୧୫ରେ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଶିକ୍ଷା ସମାପ୍ତ କରି ଦିଲ୍ଲୀ ସ୍ଥିତ ଏମ୍ସରେ ପହଞ୍ଚିଥିଲେ। ସେଠାରେ ସେ ଦେଶସେବା ଉଦ୍ଦେଶ୍ୟରେ କାମ କରିବେ ବୋଲି କହିଥିଲେ। ଗତ ୫ ବର୍ଷ ହେବ ସେମାନେ ଏମ୍ସରେ କାମ କରୁଛନ୍ତି। ନିକଟରେ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ସାଇନସେସ୍‌(ଆଇସିଏମ୍‌ଆର୍‌) ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟେକ୍ନୋଲୋଜିକୁ କରୋନା ଭାଇରସ ମାରିବାକୁ ସଫଳ ବୋଲି କହିଛି। ଏହି ଟେକ୍ନୋଲୋଜିରେ କେମିକାଲ ଓ ରେଡିଏଶନ ଫ୍ରି ଡିଭାଇସର ବ୍ୟବହାର କରାଯାଇଛି। ଏହା ଭାରତର ଏକମାତ୍ର ଟେକ୍ନୋଲୋଜି ଯାହା USFDAର ଗାଇଡ୍‌ ଲାଇନକୁ ପାଳନ କରୁଛି। ଏଥିରେ ପାଣିର ସୁପର ମାଗ୍ନିଫାଇ କ୍ୱାଲିଟି ବ୍ୟବହାର କରାଯାଇଥିବା କୁହାଯାଉଛି। ଅକ୍ଟିମାଇଜ କଣ୍ଡିଶନରେ ଏହି ପାଣିକୁ ଆଣ୍ଟିଭାଇରାଲ କରାଯାଉଛି। ଏହାପରେ ଆଣ୍ଟିଭାଇରଲ ପାଣିକୁ ସ୍ପ୍ରେ କରାଯାଉଛି। ଏହାର ମାଇକ୍ରନ୍‌ ସାଇଜ୍‌ ଡ୍ରପଲେଟ ପରିବେଶରେ ମିଶୁଛି ଯାହା କରୋନା ସମେତ ଅନ୍ୟ ଭାଇରସକୁ ବି ମାରିବାରେ ସାହାଯ୍ୟ କରୁଛି ବୋଲି କୁହାଯାଉଛି। ଏଥିରେ ଖୁବ୍‌ କମ୍‌ ଖର୍ଚ୍ଚ ମଧ୍ୟ ହେଉଛି।

Share