ଏମ୍ସରେ ୬-୧୨ବର୍ଷ ପିଲାଙ୍କ ଉପରେ ହେବ କୋଭାକ୍ସିନ ଟ୍ରାଏଲ

ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍‌ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଲଗାତର ଭାବେ ଦୈନିକ ସଂକ୍ରମଣ ହ୍ରାସ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଧୀରେ ଧୀରରେ ଅନ୍‌ଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ଟିକାକରଣ ମଧ୍ୟ ଜାରି ରହିଛି। ଅନ୍ୟପଟେ ତୃତୀୟ ଲହରର ଆସିବାର ସମ୍ଭାବନା ଥିବାରୁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ତୃତୀୟ ଲହରରେ ପିଲାଙ୍କ ପ୍ରତି ଅଧିକ ଭୟ ଥିବାରୁ ସରକାର ସେମାନଙ୍କ ଟିକାକରଣ ପ୍ରତି ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କ୍ଲିନିକାଲ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଦିଲ୍ଲୀ ଏମ୍ସରେ ମଙ୍ଗଳବାରଠାରୁ ୬ରୁ ୧୨ବର୍ଷ ଓ ୨ରୁ ୬ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ କରାଯିବ। ଏଥିପାଇଁ ମଙ୍ଗଳବାରଠାରୁ ୬ରୁ ୧୨ବର୍ଷ ଓ ୨ରୁ ୬ ବର୍ଷ ପିଲାଙ୍କ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ୧୨ରୁ ୧୮ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ ପରୀକ୍ଷା କରାଯାଇସାରିଛି।

Share