Categories: ଜାତୀୟ

ଆଉ ୩ ମାସ ବଢିଲା ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, ୨୪।୬: ବଢିଲା ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ। ଜୁନ ୨୪ ତାରିଖରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଆଉ ୩ ମାସ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି।

ସୂଚନାଅନୁସାରେ, ପୂର୍ବରୁ ଗତ ମାର୍ଚ୍ଚ ୨୪ରେ ଗୁଲେରିଆଙ୍କ କାର୍ଯ୍ୟକାଳ ଶେଷ ହେଉଥିଲାବେଳେ ସରକାର ଏହାକୁ ତିନି ମାସ ବୃଦ୍ଧି କରିଥିଲେ। ଏବେ ଆଉ ୩ ମାସ ବୃଦ୍ଧ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି କମିଟି ବୈଠକରେ ଗୁଲେରିଆଙ୍କ ପରେ ଦାୟିତ୍ୱ ଗ୍ରହଣ କରିବାକୁ ପରବର୍ତ୍ତୀ ନିର୍ଦ୍ଦେଶକଙ୍କ ନାମ ସ୍ଥିର ହୋଇ ନ ପାରିବାରୁ ପୁନର୍ବାର ତାଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଗୁଲେରିଆ ୨୦୧୭ ମାର୍ଚ୍ଚ ୨୮ ତାରିଖରେ ଏମ୍‌ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ହୋଇଥିଲେ ।

Share