Categories: ଜାତୀୟ

ଝାଡୁ ଯୋଗୁ ବ୍ୟାପିପାରେ କରୋନା!

ନୂଆଦିଲ୍ଲୀ,୨୨।୯: ଦେଶରେ କରୋନା ଭୂତାଣୁ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏସବୁ ଭିତରେ କରୋନା ବିଷୟରେ ବିଶ୍ୱବ୍ୟାପୀ ଅନୁସନ୍ଧାନ ଚାଲିଛି। ନିକଟରେ ଏହା ସହ ଜଡିତ କିଛି ତଥ୍ୟ ପ୍ରକାଶ ପାଇଛି। ଏମ୍ସର ଜଣେ ଡାକ୍ତର ଦାବି କରିଛନ୍ତି ଯେ, ଝାଡୁ କରୁଥିବା ସମୟରେ ମଧ୍ୟ କରୋନା ବ୍ୟାପିଥାଏ। ଝାଡୁ ପରିବର୍ତ୍ତେ ଭାକ୍ୟୁମ କ୍ଲିନର୍‌ ବ୍ୟବହାର କରାଯିବା ଉଚିତ୍‌। ଏମ୍ସର ସର୍ଜରୀ ବିଭାଗର ଅଧ୍ୟକ୍ଷ ଡା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ କରୋନା ଗୋଟିଏ ଝାଡୁରେ ବିସ୍ତାର ହୋଇପାରେ। କରୋନା ସଂକ୍ରମଣ ବୃଦ୍ଧିରେ ଝାଡୁର ବ୍ୟବହାର ଏବଂ ଆବର୍ଜନାକୁ ଖୋଲା ସ୍ଥାନରେ ରଖିବା ସହାୟକ ହୋଇଥାଏ। କରୋନା ଜୀବାଣୁ ତିନିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିପାରେ। ଯଦି ସଂକ୍ରମିତ ରୋଗୀ ଛିଙ୍କନ୍ତି କିମ୍ବା କାଶ କରନ୍ତି, ତେବେ ତାଙ୍କ ଶରୀରରୁ ବାହାରୁଥିବା ଜୀବାଣୁ କଣିକା ଆଖପାଖପୃଷ୍ଠରେ ପଡେ। ଝାଡୁ କରିବା ସମୟରେ ଶରୀରରୁ ନିର୍ଗତ କରୋନା ଜୀବାଣୁ ଧୂଳି ଏବଂ ମାଟିରେ ବ୍ୟାପିଥାଏ। ସେହି ସମୟ ମଧ୍ୟରେ, ଯଦି ଜଣେ ବ୍ୟକ୍ତି ହେି ବାଟରେ ଅତିକ୍ରମ କରେ, ତେବେ ଏହି ଜୀବାଣୁ ନିଶ୍ୱାସ ମାଧ୍ୟମରେ ତାଙ୍କ ଶରୀରରେ ପ୍ରବେଶ କରେ। ଏହି ଉପାୟରେ ଭୂତାଣୁ ଶୀଘ୍ର ବ୍ୟାପିପାରେ। ଏହି ବିଷୟକୁ ଦୃଷ୍ଟିରେ ରଖି ଡକ୍ଟର ଶ୍ରୀବାସ୍ତବ ଲୋକମାନଙ୍କୁ ଅକ୍ଟୋବର ୨ରେ ସ୍ବଚ୍ଛତା ଅଭିଯାନରେ ଝାଡୁ ବଦଳରେ ଭାକ୍ୟୁମ କ୍ଲିନର୍‌ ବ୍ୟବହାର କରିବାକୁ ନିବେଦନ କରିଛନ୍ତି।

Share