ଏମ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ଏମ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ୍‌ ଅଭିଯୋଗ। ଜୁନିୟର ଆଡମିନ୍‌ଷ୍ଟ୍ରେଟିଭ୍‌ ଅଫିସର ପ୍ରବୀଣ କୁମାର ପାଠକକୁ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଥିରେ ସେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏମ୍ସ ନିକଟବର୍ତ୍ତୀ ସୁଆଙ୍ଗ ପଡ଼ିଆଠାରେ ଆକ୍ରମଣ କରି ଲୁଟ୍‌ କରିଥିବା ନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Share