ନଭେମ୍ବର ୨ରେ ଖୋଲିବ ଏମ୍‌ସ ହସ୍ପିଟାଲ ଓପିଡି

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ନଭେମ୍ବର ୨ ତାରିଖରୁ ଖୋଲିବ ଏମ୍‌ସ ହସ୍ପିଟାଲ ଓପିଡି। କରୋନା କଟକଣା ଯୋଗୁ ଜୁଲାଇ ୧୦ ତାରିଖରୁ ଏହା ବନ୍ଦ ରହିଥିଲା। ଏହା ମଧ୍ୟରେ କଟକଣା ରହିଛି। ନଭେମ୍ବର ୮ ପର୍ଯ୍ୟନ୍ତ ପ୍ରତି ବିଭାଗରେ ମାତ୍ର ୩୦ ରୋଗୀଙ୍କୁ ଡାକ୍ତର ଦେଖିପାରିବେ। ଏହାପରେ ରୋଗୀ ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯିବ।

Share